Only for Entertainment

କିଭଳି ପ୍ରସ୍ତୁତ କରିବେ ଗାର୍ଲିକ ଫ୍ଲେଭର୍ଡ଼ ଚିକେନ ଟିକା

sify bawarchi
38

ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଚିକେନରୁ ଭଲ ଭାବରେ ପାଣି ବାହାର କରି ଦିଅନ୍ତୁ । ଏବେ ଚିକେନରେ ରସୁଣ, ଅଦା,ଲୁଣ, ଲଙ୍କା ଗୁଣ୍ଡ,ଗରମ ମସଲ.ଲେମ୍ବୁ ରସ ଏବଂ ତେଲ ପକାନ୍ତୁ । କିଛି ସମୟ ପାଇଁ ରଖି ଦିଅନ୍ତୁ । ଏବେ ଏଥିରେ ଦହି, ତନ୍ଦୁରୀ ରଙ୍ଗ ପକାନ୍ତୁ । ଏଥିରେ ଚାଟ ମସଲା ପକାଇ ପାରିବେ । ଏହାକୁ ୬ରୁ ୮ ଘଂଟା ଫ୍ରିଜରେ ରଖନ୍ତୁ । ଏବେ ଚିକେନକୁ ସ୍କିୟର ବା କାଠିରେ ପୁରାଇ ଦିଅନ୍ତୁ । ଏହାକୁ ଏକ ତାୱା ଉପରେ ରଖି କରିପାରିବେ ବା ଗ୍ରିଲ କରିପାରିବେ । ଏହାକୁ ୨ରୁ ୩ ଥର ଓଲଟାଇ ଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଚିକେନ ଟିକା । ଏହା ଉପରେ କଟା ପିଆଜ, ଚାଟ ମସଲା ଏବଂ ପୋଦିନା ଚଟଣୀ ସର୍ଭ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More