Only for Entertainment

ବିଗ୍ ବସକୁ ନେଇ ରାକ୍ଷୀଙ୍କ ବିବାଦୀୟ ମନ୍ତବ୍ୟ, ଜାଣନ୍ତୁ କ’ଣ କହିଲେ ।

Daily
0 43

ସର୍ବଦା କିଛି ନା କିଛି ବିବାଦୀୟ ମନ୍ତବ୍ୟ ଦେଇ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି । ନିକଟରେ ବିଗ୍ ବସକୁ ନେଇ ରାକ୍ଷୀଙ୍କ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ବିଗ୍ ବସ୍ ଘରେ ନିଜର ବର୍ବାଦୀ କରିବାକୁ ଯାଓ ନାହିଁ ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବଲିଉଡ ଆଇଟମ୍ କୁଇନ୍ ରାକ୍ଷୀ ସାୱନ୍ତ । ଏକ ଇଂଟରଭ୍ୟୁ ଜରିଆରେ ରାକ୍ଷୀ ଏହି କଥା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯଦି କେହି ସଲମାନଙ୍କ ସହ ଛେଡଛାଡ କରିଥାଏ, ତେବେ ତାଙ୍କୁ ଶୋ’ରୁ ବାହାର କରି ଦିଆଯାଇଥାଏ । କେବଳ ସେତିକି ନୁହେଁ ଇଣ୍ଡଷ୍ଟ୍ରିରେ ମଧ୍ୟ କେହି ତାଙ୍କର ସାଥ୍ ଦେଇ ନ ଥାନ୍ତି ବୋଲି କହିଛନ୍ତି ରାକ୍ଷୀ ।

୨୦୦୬ରେ ରାକ୍ଷୀ ବିଗ୍ ବସର ପ୍ରଥମ ସିଜିନ୍ରେ ଭାଗ ଦେଇଥିଲେ ଆଉ ଶୋ କୁ ଜିତି ପାରି ନଥିଲେ । ତେବେ ସେପ୍ଟେମ୍ବର ୧୬ରେ ବିଗ୍ ବସ – ୧୨ ଆରମ୍ଭ ହେବାକୁ ଯାଉଥିବା ବେଳେ ରାକ୍ଷୀ ଦେଇଛନ୍ତି ଏଭଳି ବିବାଦୀୟ ମନ୍ତବ୍ୟ । ତେବେ ଦେଖାଯାଉ ସଲମାନ ଏହାର କିପରି ଜବାବ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More