Only for Entertainment

ଆପଣଙ୍କ କେଶ ଉପୁଡୁଛି କି ପିଅନ୍ତୁ ଏହି ସବୁ ପାନୀୟ, ମିଳିବ ଉପଶମ !

Hindustan Times
0 43

କେଶ ଝଡ଼ିବାର ମୁଖ୍ୟ କାରଣ ହେଉଛି ପ୍ରୋଟିନ୍‌ ଅଭାବ ଓ ପେଟ ଗରମ। ଆପଣଙ୍କ ଶରୀରକୁ ଯଦି ଆବଶ୍ୟକ ପରିମାଣର ପ୍ରୋଟିନ୍‌ ମିଳିଯିବ ଏବଂ ଆପଣଙ୍କ ପେଟ ଯଦି ଆବଶ୍ୟକ ପରିମାଣର ଥଣ୍ଡା ରହିବ ତେବେ ଆଉ କେଶ ଝଡ଼ିବ ନାହିଁ। ତେବେ ଚାଲନ୍ତୁ  ଜାଣିବା କ’ଣ ପିଇବା ଦ୍ୱାରା ପେଟ ଥଣ୍ଡା ରହିବ ଓ କ’ଣ ପିଇଲେ ଶରୀରକୁ ପ୍ରୋଟିନ୍‌ ମିଳିବ।

ରୀତିମତ ମିଲ୍କ ସେକ୍‌ ପିଇଲେ ଶରୀରକୁ ଉପଯୁକ୍ତ ପରିମାଣର ପ୍ରୋଟିନ୍‌ ମିଳିଥାଲ। ସେକ୍‌ରେ କାଜୁ ବାଦାମ ପକାଇବାକୁ ଭୁଲିବେ ନାହିଁ।

ରାତିରେ ଖିରରେ ହଳଦୀ ମିଶାଇ ପିଇଲେ ଦେହରୁ ଥଣ୍ଡା କମ ହେବା ସହ ଉପଯୁକ୍ତ ପ୍ରୋଟିନ୍‌ ମଧ୍ୟ ମିଳିଥାଏ।

 

ପେଟ ଥଣ୍ଡା କରିବା ପାଇଁ ସକାଳୁ ଖାଲି ପେଟରେ ପଇଡ଼ ପାଣି ପିଅନ୍ତୁ। ନାଳି ହୋଇନଥିବା ଖାଲି ପଇଡ଼ର ପାଣି ପେଟ ପାଇଁ ବେଶି ଭଲ ହୋଇଥାଏ।

ଭୂଷି, ମିସିର ତାରିରେ ଭିଜାଇ ସକାଳକୁ ପିଅନ୍ତୁ। ଏହାକୁ ପିଇଲେ ମଧ୍ୟ ପେଟ ଥଣ୍ଡା ହୋଇଥାଏ। ଆପଣଙ୍କର ଯଦି ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଅଛି ତେବେ ଏହା ଖୁବ୍‌ ଭଲ।

ଖାଇ ସାରିବା ପରେ ଘୋଳ ହଦି ପିିଅନ୍ତୁ। ଦହି ପିଇବା ଦ୍ୱାରା ପେଟ ଥଣ୍ଡା ହେବା ବ୍ୟତୀତ ଉତ୍ତମ ହଜମ ମଧ୍ୟ ହୋଇଥାଏ। ଶରୀରର ଅତିରିକ୍ତ ଚର୍ବିକୁ କମ୍‌ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More