ରାମ କପୁରଙ୍କ ଟ୍ରାନ୍ସଫରମେସନ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଫଟୋ
ଟିଭି ଦୁନିଆର ଚର୍ଚ୍ଚିତ ଅଭିନେତା ରାମ କପୁରଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାର କାରଣ ହେଉଛି ତାଙ୍କର ଟ୍ରାନ୍ସଫରମେସନ । ଆଜ୍ଞା ହଁ, କେବେ ୧୩୦ କିଲୋ ଥିବା ରାମ କପୁରଙ୍କ ଫଟୋ ଦେଖିଲେ ଆପଣ ଏବେ ତାଙ୍କୁ ଚିହ୍ନି ପାରିବେ ନାହିଁ । ଫଟୋରେ ତାଙ୍କ ଟ୍ରାନ୍ସଫରମେସନ ସାମ୍ନାକୁ ଆସିଛି । ରାମ କପୁର ପୂର୍ବ ଅପେକ୍ଷା ଖୁବ ଫିଟ ନଜର ଆସୁଛନ୍ତି ।
ମୁମ୍ବାଇ ମିରର ଏକ ରିପୋର୍ଟ ଅନୁସାରେ ରାମ କପୁର ନିଜ ଓଜନ କାମଇବାକୁ ନେଇ କହିଛନ୍ତି, ‘ଆରମ୍ଭରୁ ଯେବେ ମୁଁ ଓଜନ କମାଇବା ପାଇଁ ଚିନ୍ତା କରିଥିଲେ ସେତେବେଳେ ମୁଁ ୧୩୦ କିଲୋ ଥିଲି ଏବଂ ୨୫ରୁ ୩୦ କିଲୋ ଓଜନ କମ କରିବା ପାଇଁ ଚାହୁଁଥିଲି । ମୁଁ ନଷ୍ପତ୍ତି ନେଇଥିଲି ଯେ ମୋତେ ଏହି ଲକ୍ଷ୍ୟରେ ପହଁଚିବା ପାଇଁ ହେଲେ କାମରୁ ସମୟ ବାହାର କରିବା ପାଇଁ ପଡିବ । ସେଥିପାଇଁ ପର୍ଯ୍ୟପ୍ତ ପରିମାଣର ସମୟ ଆବଶ୍ୟକତା ଥିଲା ପ୍ରାୟ ୬ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ।’
ଏହା ସହିତ ରାମ କପୁର କହିଛନ୍ତି, ‘ମୁଁ ସକାଳୁ ଉଠିବା ପରେ ଏକ ଘଣ୍ଟା ୱେଟ ଲିଫ୍ଟିଂ କରେ ଏବଂ ରାତିରେ ଶୋଇବା ପୂର୍ବ ରୁ କାର୍ଡିୟୋ କରେ । ୮ ଘଣ୍ଟାର ଅବଧି ମଧ୍ୟରେ ସିମିତ ଭୋଜନ କରିଥାଏ । ବାକି ୧୬ ଘଣ୍ଟା ମୁଁ କିଛି ବି ଖାଏ ନାହିଁ । ମୁଁ ଡେରୀ, ତେଲ, ସୁଗାର ସବୁକିଛି ଛାଡି ଦେଇଛି ।’
ରାମ କପୁରଙ୍କ ଏହି ଟ୍ରନ୍ସଫରମେସନ ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିଦେଇଛି ।