ରାନୀଙ୍କର ଆଜି ଜନ୍ମଦିନ , ଜାଣନ୍ତୁ ତାଙ୍କ ବିଷୟରେ କିଛି ନିଆରା କଥା ।
ବଲିଉଡ ବବଲି ଅଭିନେତ୍ରୀ ରାନୀ ମୁଖାର୍ଜୀ ୪୦ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଆଗାମୀ ଫିଲ୍ମ ‘ହିଚକି’ର ପ୍ରମୋସନରେ ବ୍ୟସ୍ତ ଥିବା ରାନୀ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ ରୂପେ ପରିଚିତ । ବ୍ଲାକ, ଗୁଲାମ, ନାୟକ, ସାଥିଆ, କୁଛ କୁଛ ହୋତା ହେ, ମର୍ଦାନୀ ଭଳି ଫିଲ୍ମରେ ନିଜର ଶାନଦାର ଭୂମିକା ଦେଖାଇଥିବା ରାନୀଙ୍କର ଜନ୍ମ ମାର୍ଚ୍ଚ୨୧, ୧୯୭୮ରେ ମୁମ୍ବାଇରେ ହୋଇଥିଲା । ଫିଲ୍ମ ନିର୍ମାତା ରାମ ମୁଖାର୍ଜୀ ଏବଂ ସିଙ୍ଗର କୃଷ୍ଣା ମୁଖାର୍ଜୀଙ୍କ କନ୍ୟା ରାନୀ ଯେତେବେଳେ ୧୦ମ ଶ୍ରେଣୀରେ ଥିଲେ ତାଙ୍କୁ ପ୍ରଥମ ଫିଲ୍ମ ‘ଆ ଗଲେ ଲଗ ଜା’ରେ ଅଫର ମିଳିଥିଲା, ମାତ୍ର ୧୬ବର୍ଷ ବୟସରେ ଫିଲ୍ମରେ ପାଦ ଦେବା ରାନୀଙ୍କ ପିତାଙ୍କୁ ପସନ୍ଦ ନଥିଲା । ୧୮ବର୍ଷ ବୟସରେ ରାନୀ ବଙ୍ଗଳା ଫିଲ୍ମ ‘ବେୟର ପିୟା(୧୯୯୬)’ରେ ରାନୀ ଡେବ୍ୟୁ କରିଥିଲେ । ଏହାପରେ ‘ରାଜାକି ଆୟେଗି ବାରତ(୧୯୯୬)’ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଥିଲା ।
ରାନୀ ଯେଭଳି ଅନେକ ଶାନଦାର ଫିଲ୍ମରେ ଅଭିନୟ କରିଛନ୍ତି ସେହିଭଳି ଅନେକ ଶାନଦାର ଫିଲ୍ମ ରିଜେକ୍ଟ ମଧ୍ୟ କରିଛନ୍ତି, ଯାହାପରେ ସୁପରହିଟ ହୋଇଥିଲା । ଆସନ୍ତୁ ଜାଣିବା କେଉଁ ଫିଲ୍ମ ରାନୀ ରିଜେକ୍ଟ କଲାପରେ ଏହା ଅନ୍ୟ ଅଭିନେତ୍ରୀଙ୍କ କ୍ୟାରିୟରରେ ମହତ୍ତ୍ୱପୂର୍ଣ୍ଣ ହୋଇଥିଲା ।
୧. ମୋହବତେଁ(୨୦୦୦)
ମେଘନା ଶଙ୍କରଙ୍କ ଫିଲ୍ମ ମୋହବତେଁ ପାଇଁ ନିର୍ମାତାଙ୍କ ପ୍ରତମ ପସନ୍ଦ ରାନୀ ଥିଲେ । କିନ୍ତୁ ସେ ପର ମୂହୁର୍ତ୍ତରେ ଏହି ଅଫର ରିଜେକ୍ଟ କରି ଦେଇଥିଲେ, କାରଣ ‘କୁଛ କୁଛ ହୋତା ହେ’ର ସୁଟିଂର କିଛି ଦିନପରେ ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ନଥିଲେ । ପରେ ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ଅଭିନୟ କରିଥିଲେ ଯାହା ସଫଳତା ହାସଲ କରିଥିଲା ।
୨. ଲଗାନ(୨୦୦୧)
ଅମୀର ଖାନଙ୍କ ଅଭିନୀତ ଫିଲ୍ମ‘ଲଗାନ’ହିନ୍ଦୀ ଫିଲ୍ମ ସିନେମା ଆଇକୋନିକ ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ । ନିର୍ଦ୍ଧେଶକ ଆଶୁତୋଷ ଗୋବାରିକର ପ୍ରଥମେ ମୁଖ୍ୟ ଲିଡ ରୋଲ ପାଇଁ ରାନୀଙ୍କୁ ବାଛିଥିଲେ, କାରଣ ଫିଲ୍ମ ଗୁଲାମ ରେ ଏହି ଯୋଡି ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ । ମାତ୍ର ରାନୀ ଏହି ଅଫରକୁ ରିଜେକ୍ଟ କରିଦେଇଥିଲେ ତେଣୁ, ପରେ ଏହି ରୋଲ ଗ୍ରେସି ସିଂ କରିଥିଲେ ।
୩. ମୁନ୍ନା ଭାଇ ଏମବିବିଏସ(୨୦୦୩)
ଏହି ଫିଲ୍ମ ସଂଜୟ ଦତ୍ତଙ୍କ ଜୀବନର ମାଇଲ ଖୁଣ୍ଟି ସାବ୍ୟସ୍ତ ହୋଇଥିଲା । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଗ୍ରେସି ସିଂଙ୍କ ପୂର୍ବରୁ ଏହି ରୋଲ ରାନୀ ମୁୂଖାର୍ଜୀଙ୍କୁ ଦିଆଯାଇଥିଲା । ମାତ୍ର ସେ ଏହି ଫିଲ୍ମକୁ ରିଜେକ୍ଟ କରି ଦେଇଥିଲେ ।
୪. ଭୂଲଭୂଲୈୟା(୨୦୦୭)
ରାନୀ ମୁଖାର୍ଜୀଙ୍କୁ ପ୍ରିୟଦର୍ଶନଙ୍କ ହରୋର ଫିଲ୍ମରୁ ମଧ୍ୟ ଅଫର ଆସିଥିଲା । କୌଣସି କାରଣରୁ ଏଥିରେ ଅଭିନୟ କରିବା ପାଇଁ ରାନୀ ରାଜି ନହେବାରୁ ସେ ତାଙ୍କ ବିଦ୍ୟା ବାଲନଙ୍କୁ ଏହି ଫିଲ୍ମ ପାଇଁ ଚୟନ କରିଥିଲେ । ଫିଲ୍ମ ସୁପରହିଟ ହୋଇଥିଲା ।
୫. ହେ ବେବି(୨୦୦୭)
ଫିଲ୍ମ ହେ ବେବିରେ ମଧ୍ୟ ରାନୀଙ୍କୁ ଅଫର ମିଳିଥିଲା । ମାତ୍ର ତାଙ୍କ ସ୍ଥାନରେ ବିଦ୍ୟା ବାଲନ ଏହି ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ହିଟ ହୋଇଥିଲା ।