Only for Entertainment

ଦୀପବୀର ବେଙ୍ଗାଲୁର ରିସେପ୍ସନ : କଳା ସେରୱାନୀରେ ରଣବୀର ସିଂ ତ ଗୋଲଡେନ ସାଢୀରେ ନଜର ଆସିଲେ ଦୀପିକା ।

deepika fan club insta pic
14

ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ୨୦୧୮ର ସୁବୁଠାରୁ ଚର୍ଚ୍ଚିତ ବିବାହ । ଇଟାଲୀରେ ୧୪-୧୫ ନଭେମ୍ବରରେ ବିବାହ କରିବା ପରେ ଦୁହେଁ ବୁଧବାର ବେଙ୍ଗାଲୁରରେ ପ୍ରଥମ ରିସେପ୍ସନ ପାର୍ଟି ଦେଇଛନ୍ତି । ବିବାହରେ କେବଳ ପରିବାର ସଦସ୍ୟ ଉପସ୍ଥିତ ଥିଲେ ତେଣୁ କେବଳ ସମ୍ପର୍କୀୟ ମାନଙ୍କ ପାଇଁ ଏହି ଭୋଜିର ଆୟୋଜନ କରାଯାଇଥିଲା ।

 

 

View this post on Instagram

 

A post shared by Ranveer Singh (@ranveersingh) on

ତେବେ ରିସେପ୍ସନରେ ଦୀପବୀରଙ୍କ ଗେଟ ଅପ କ’ଣ ରହିବ ସେଥିପାଇଁ ସମସ୍ତେ ଚାହିଁ ରହିଥିବା ବେଳେ ରିସେପ୍ସନ ପୂର୍ବରୁ ହିଁ ରଣବୀର-ଦୀପିକା ଫ୍ୟାନ୍ସମାନଙ୍କ ପାଇଁ ଫଟୋ ସେୟାର କରିଥିଲେ । ଏହାପରେ ଦୁହେଁ ରିସେପ୍ସନ ପାର୍ଟିରେ ଯୋଗ ଦେଇଥିଲେ । ଏହି ରିସେପ୍ସନ ପାର୍ଟି ଦୀପିକାଙ୍କ ପିତା ମାତା ରଖିଥିଲେ ।


ରିସେପ୍ସନରେ ବଲିଉଜ ବାଜିରାଓ କଳା ସେରୱାନୀରେ ନଜର ଆସିଥିବା ବେଳେ ମସ୍ତାନୀଙ୍କୁ ଗୋଲଡେନ ସାଢୀ ଏବଂ ହେଭୀ ଗହଣାରେ ଦେଖିବାକୁ ମିଳିଥିଲା । କହିରଖୁଛୁ ଯେ, ବେଙ୍ଗାଲୁର ପରେ ଦୁହେଁ ୨୮ ନଭେମ୍ବରରେ ମୁମ୍ବାଇରେ ବଲିଉଡ କଳାକାରଙ୍କ ପାଇଁ ଏକ ରିସେପ୍ସନ ପାର୍ଟି ରଖିଛନ୍ତି । ଏହି ପାର୍ଟିରେ ବଲିଉଡର ଅନେକ କଳାକାର ଯୋଗଦେବେ । ଏହି ପାର୍ଟିକୁ ଆଯୋଜନ କରିବେ ରଣବୀରଙ୍କ ପିତା ମାତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More