Only for Entertainment

ଏହି ଶୁକ୍ରବାର ରିଲିଜ ହେବନାହିଁ ‘ଆଭେଞ୍ଜର୍ସ ୪’ର ଟ୍ରେଲର, ଜାଣନ୍ତୁ କେଉଁ ଦିନ ହେବ ରିଲିଜ ।

Daily Express
20

ଯଦି ଆପଣ ମାର୍ବଲର ଫ୍ୟାନ ତେବେ ଆପଣ ଆପେକ୍ଷା କରି ରହିଥିବେ ଯେ ଏହି ଶୁକ୍ରବାର ‘ଆଭେଞ୍ଜର୍ସ ୪’ର ଟ୍ରେଲର ରିଲିଜ ହେବ । ତେବେ ମାର୍ବଲ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର । ଏଥିରେ କୌଣସି ସନ୍ଦେହ ନାହିଁ ଯେ ‘ଆଭେଞ୍ଜର୍ସ ୪’ର ଟ୍ରେଲର ୨୦୧୯ର ସବୁଠାରୁ ବହୁପ୍ରତିକ୍ଷିତ ଟ୍ରେଲର । ପୂର୍ବରୁ କୁହାଯାଇଥିଲା ଯେ ନଭେମ୍ବର ୨୩ରେ ଫିଲ୍ମର ଟ୍ରେଲର ରିଲିଜ ହେବ । କିନ୍ତୁ ଏହି ଫିଲ୍ମର ଟ୍ରେଲର ଦେଖିବାକୁ ଏବେ ଆପଣଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ।

ଖବର ଅନୁସାରେ ଫିଲ୍ମ ସହ ଜଡିତ ଜଣେ ଅଫିସିଆଲ ବ୍ୟକ୍ତି ଏକ ଷ୍ଟେଟମେଣ୍ଟ ଜାରି କରି କହିଛନ୍ତି ଯେ, ‘ଆଭେଞ୍ଜର୍ସ ୪’ର ଟ୍ରେଲର ଏହି ସପ୍ତାହରେ ରିଲିଜ ହେବ ନାହିଁ । ସୋସିଆଲ ମିଡିଆରେ ଯେଉଁ ସବୁ ଗୁଜବ ଉଠିଛି ତାହା ସଂପୂର୍ଣ୍ଣ ମିଥ୍ୟା ।

କହିରଖୁଛୁ ଯେ, ଅସଲରେ ‘ଆଭେଞ୍ଜର୍ସ : ଇନଫିନିିଟି ୱାର’ର ଟ୍ରେଲର ୨୯ ନଭେମ୍ବରରେ ରିଲିଜ ହୋଇଥିଲା । ତେଣୁ ‘ଆଭେଞ୍ଜର୍ସ ୪’ର ଟ୍ରେଲରକୁ ମଧ୍ୟ ନିର୍ମାତା ୨୯ ନଭେମ୍ବରରେ ରିଲିଜ କରିବା ପାଇଁ ଚିନ୍ତା କରିଛନ୍ତି । ‘ଆଭେଞ୍ଜର୍ସର୍ : ଇନଫିନିିଟି ୱାର’ର କ୍ରେଜ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ବଲିଉଡର ସୁପରଷ୍ଟାର ମାନଙ୍କ ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More