Only for Entertainment

ଦୀପବୀରଙ୍କ ପରେ ନିକ୍ ଜୋନସ ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ କରିବେ ଦୁଇଟି ବିବାହ, ଜାଣିବା ପଢନ୍ତୁ ଏହି ଖବର ।

Swaviman
31

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ଏବେ ଖୁବ ଚର୍ଚ୍ଚାରେ ରହିଛି । ଉଭୟ ପରସ୍ପରକୁ ୬ ବର୍ଷ ହେବ ଡେଟ କରିଥିଲେ । ଏହାପରେ ଇଟାଲିର ଲେକ କୋମୋରେ ଦୁହେଁ କୋଙ୍କଣୀ ଏବଂ ସିନ୍ଧୀ ପରମ୍ପରାରେ ବିବାହ କରିଥିଲେ । ଦୁହିଁଙ୍କ ପରିବାରକୁ ସମ୍ମାନ ଦେବାରୁ ଯାଇ ଦୁହେଁ ଦୁଇଟି ପରମ୍ପରାରେ ବିବାହ କରିଥିଲେ ।

ଖବର ଅନୁସାରେ ଦୀପିକା ଏବଂ ରଣବୀରଙ୍କ ପରେ ପ୍ରିୟଙ୍କା ଏବଂ ନିକ ଜୋନସ ମଧ୍ୟ ଦୁଇଟି ପରମ୍ପରାରେ ବିବାହ କରିବେ । ମିଡ ଡେର ରିପୋର୍ଟ ଅନୁସାରେ ପ୍ରିୟଙ୍କା ଏବଂ ନିକ ଉଭୟ ହିନ୍ଦୁ ଏବଂ କ୍ରିଷ୍ଟିଆନ ପରମ୍ପରାରେ ବିବାହ କରିବେ । ପ୍ରଥମେ ଦୁହେଁ ହିନ୍ଦୁ ପରମ୍ପରାରେ ବିବାହ କରିବେ ପରେ ଦୁହେଁ କ୍ରିଷ୍ଟିଆନ ପରମ୍ପରାରେ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି ।

କହିରଖୁଛୁ ଯେ, ନିକଙ୍କ ପରିବାର ଏହି ସପ୍ତାହରେ ଭାରତ ଆସିବେ ଏବଂ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ୨୮ ନଭେମ୍ବରରୁ ବିବାହର ଫଙ୍କସନ ଆରମ୍ଭ ହୋଇ ୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଥିଲା । ଏବେ ଶୁଣିବାକୁ ମିଳୁଛି ଯେ, ନିକ ଏବ ପ୍ରିୟଙ୍କା ୨ ଡିସେମ୍ବରରେ ହିନ୍ଦୁ ପରମ୍ପରାରେ ଏବଂ ୩ ଡିସେମ୍ବରରେ କ୍ରିଷ୍ଟିଆନ ପରମ୍ପରାରେ ବିବାହ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More