Only for Entertainment

‘ସାଣ୍ଡ କି ଆାଁଖ’ର ଟ୍ରେଲର ରିଲିଜ, ସୁଟର୍ସ ଦାଦୀ ଚରିତ୍ରରେ ଖୁବ ଭଲ ଲାଗୁଛନ୍ତି ତାପସୀ-ଭୂମି

hindirush
45

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଭୂମି ପେଡନେକରଙ୍କ ଫିଲ୍ମ ‘ସାଣ୍ଡ କି ଆଁଖ’ର ଦମଦାର ଟ୍ରେଲର ସୋମବାରକୁ ରିଲିଜ ହୋଇଛି । ସୁଟର୍ସ ଦାଦୀର ଏହି ବାୟୋପିକ ଫିଲ୍ମରେ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ଚନ୍ଦ୍ରୋ ତୋମର ଏବଂ ପ୍ରକାଶୀ ତୋମର ଚରିତ୍ରରେ ନଜର ଆସିବେ । ଫିଲ୍ମ ନିର୍ମାତା ପ୍ରକାଶ ଝା ଏବଂ ବିନୀତ କୁମାର ସିଂ ମଧ୍ୟ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

 

ଟ୍ରେଲର ଆରମ୍ଭ ପ୍ରକାଶ ଝା’ଙ୍କ ଦମଦାର ଡାଏଲଗରୁ ହୋଇଛି । ତେବେ ଏଥିରେ ଏକ ଭିନ୍ନ କାହାଣୀ ଦେଖିବାକୁ ମିଳିବ । କାହାଣୀରେ ଦେଖିବାକୁ ମିଳିବଯେ କିପରି ପରିବାରର ସମସ୍ୟାକୁ ନେଇ ସୁଟର୍ସ ଦାଦୀ ଏଭଳି ହୋଇ ଯାଇଛନ୍ତି ।

 

କହିରଖୁଛୁ ଫିଲ୍ମ ଦିପାବଳୀର ଦୁଇ ଦିନ ପୂର୍ବରୁ ଅର୍ଥାତ ୨୫ ଅକ୍ଟୋବରକୁ ସିନେମା ଘରେ ରିଲିଜ ହେବ । ଏବେ ବିଭିନ୍ନ ସ୍ଥାନରେ ତାପସୀ ଏବଂ ଭୂମିକୁ ଫିଲ୍ମର ପ୍ରମୋଶନ କରୁଥିବାର ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More