Only for Entertainment

ଲୁଙ୍ଗିି ଡ୍ୟାନ୍ସ କରି ହଲିଉଡରେ ଜଲୱା ଦେଖାଇଲେ ଶାହାରୁଖ ।

dailyhunt
0 58

ହଲିଉଡରେ ଶାହାରୁଖଙ୍କ ପ୍ରବେଶ ହୋଇସାରିଛି । ତାଙ୍କ ସୁପରହିଟ ଗୀତ ଲୁଙ୍ଗି ଡ୍ୟାନ୍ସ ଏକ ଆମେରିକା ଫିଲ୍ମରେ ନଜର ଆସିବ । ଏହି ଗୀତ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସର । ଯେଉଁଥିରେ ସେ କୋ ପ୍ରଡ୍ୟୁସର ଥିଲେ ଏବଂ ନିଜେ ଅଭିନୟ ମଧ୍ୟ କରିଥିଲେ । କିନ୍ତୁ ଏଥିରେ ଏକ ଟ୍ୱିଷ୍ଟ ରହିଛି ।

ଟ୍ରିପଲ ଏକ୍ସ ସିରିଜ ଫିଲ୍ମର ନିର୍ଦ୍ଦେଶକ ଡି ଜେ କାରୁସି ସୂଚନା ଦେଇଛନ୍ତିଯେ ସେ ଲୁଙ୍ଗି ଡ୍ୟାନ୍ସକୁ ତାଙ୍କ ଆଗାମୀ ଫିଲ୍ମରେ ସାମିଲ କରିବାକୁ ଚାହାଁନ୍ତି । ଅର୍ଥାତ ଶାହାରୁଖ ନିଜେ ଏହି ଫିଲ୍ମରେ ନଜର ଆସିବେ ନାହିଁ,କିନ୍ତୁ ତାଙ୍କ ଗୀତରେ ହଲିଉଡ ଷ୍ଟାର ନିଶ୍ଚୟ ଝୁମିବେ । ତେବେ କାରୁସି ଏହାକୁ ଟ୍ୱିଯ କରି ଜଣାଇଛନ୍ତି ।

ଦୁଇ ବର୍ଷ ପୂର୍ବରୁ ନିଜର ପ୍ରଥମ ହଲିଉଡ ଫିଲ୍ମ ଫ୍ଲପ ହେବା ପରେ ଦୀପିକାଙ୍କୁ ଦ୍ୱିତୀୟ ମୌକା ମିଳିନାହିଁ । ସେ ହଲିଉଡରେ ସୁଯୋଗ ପାଇବା ପାଇଁ ଲସ ଏଂଜେଲସ ବାରମ୍ବାର ଯାଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସଫଳ ହୋଇପାରିନହାଁନ୍ତି । ବିନ ଡିଜେଲଙ୍କ ସହିତ ଚତୁର୍ଥ ଭାଗରେ ଦୀପିକା ନଜର ଆସିବେ ନା ନାହିଁ ଜାଣିବା ବାକି ରହିଲା ।

ଶାହାରୁଖ ଖୁବଶୀଘ୍ର ଜିରୋରେ ନଜର ଆସିବେ । ଏହାର ସୁଟିଂ ସରିଛି । ଫିଲ୍ମରେ ତାଙ୍କ ସହିତ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ ନଜର ଆସିବେ । ଦୀପିକାଙ୍କ ନିକଟରେ କୌଣସି ଫିଲ୍ମ ନାହିଁ । ଖବର ଅନୁସାରେ ୧୦ ନଭେମ୍ବରକୁ ସେ ରଣବୀରଙ୍କୁ ବିବାହ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More