Only for Entertainment

ସଙ୍କଟରେ ସଲମାନଙ୍କ ଫିଲ୍ମ ‘ଭାରତ’ । ଫିଲ୍ମ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟର୍ରେ………. ।

bollywood tadka
31

ବଲିଉଡ ଆକ୍ଟର ସଲମାନ ଖାନଙ୍କ ଫିଲ୍ମ ଭାରତ ୫ ଜୁନକୁ ଇଦ ଉପଲକ୍ଷେ ସିନେମା ଘରେ ରିଲିଜ ହେବାକୁ ଯାଉଛି । କିନ୍ତୁ ରିଲିଜ ପୂର୍ବରୁ ଫିଲ୍ମ ସଙ୍କଟରେ ପଡ଼ିଯାଇଛି । ବାସ୍ତବରେ ଫିଲ୍ମ ବିରୁଦ୍ଧରେ ହାଇକୋର୍ଟରେ ଯାଚିକା ଦାଖଲ ହୋଇଛି । ଯାଚିକାକର୍ତ୍ତାଙ୍କ କହିବା ଅନୁସାରେ ଭାରତ ନାମ ଅନୁସାରେ ଲୋକଙ୍କ ଭାବନାକୁ ଆଘାତ ପହଂଚିଛି ।

ଏଏନଆଇର ରିପୋର୍ଟ ଅନୁସାରେ ଯାଚିକାକର୍ତ୍ତା ଅପିଲ କରିଛନ୍ତିଯେ ଫିଲ୍ମର ନାମ ପରିବର୍ତ୍ତନ କରାଯିବା ଉଚିତ । ଏହି ଯାଚିକା ଅନୁସାରେ ସଲମାନଙ୍କ ଫିଲ୍ମ ଭାରତ ଆକ୍ଟ ୩’ର ଉଲଙ୍ଘନ କରୁଛି । ଏହି ଆକ୍ଟ ଅନୁସାରେ କୌଣସି ଦେଶର ପ୍ରତୀକ ଚିହ୍ନ ଏବଂ ନାମକୁ କୌଣସି ପ୍ରୋଫେସନାଲ ଏବଂ କମର୍ସିଆଲ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ନାହିଁ ।

ଏହା ସହିତ ଯାଚିକା କର୍ତ୍ତା ଏହା ମଧ୍ୟ ଅପିଲ କରିଛନ୍ତିଯେ ସେହି ଡାଏଲଗକୁ ହଟାଯାଉ ଯେଉଁଥିରେ ସଲମାନ ନିଜ ନାମକୁ ଦେଶ ସହିତ ତୁଳନା କରିଛନ୍ତି । କିନ୍ତୁ ସେନ୍ସର ବୋର୍ଡ଼ କୌଣସି ସମସ୍ୟା ନ ଦେଖାଇ ସଲମାନଙ୍କ ଫିଲ୍ମକୁ ସାର୍ଟିଫିକେଟ ଦେଇ ଦେଇଥିଲେ । ତେବେ ଏଭଳି ଯାଚିକା ଦାଖଲ କରିବା ସଲମାନଙ୍କ ଫିଲ୍ମ ପାଇଁ ନିହାତି ଭାବରେ ଏକ ସଙ୍କଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More