Only for Entertainment

ସଲମାନଙ୍କ ବ୍ଲକବାଷ୍ଟର ଫିଲ୍ମ ‘ତେରେ ନାମ’ ସିକ୍ୱେଲର ପ୍ରସ୍ତୁତି ଆରମ୍ଭ !

37

ବଲିଉଡରେ ୨୦୦୩ରେ ସଲମାନ ଖାନଙ୍କ ଫିଲ୍ମ ତେରେ ନାମ ଲୋକଙ୍କୁ ଦିୱାନା କରିଦେଇଥିଲା । ଏହି ଫିଲ୍ମ ବକ୍ସଅଫିସରେ ଖୁବ ବ୍ୟବସାୟ କରିଥିଲା । ଏହି ଫିଲ୍ମରେ ସୁପରଷ୍ଟାର ସଲମାନ ଖାନ ମୁଖ୍ୟ ଭୂମିକା ତୁଲାଇଥିଲେ । ଫିଲ୍ମକାର ସତୀଶ କୌଶିକଙ୍କ କହିବା ମୁତାବକ ସେ ୨୦୦୩ରେ ନିଜ ବ୍ଲକବାଷ୍ଟର ଫିଲ୍ମ ‘ ତେରେ ନାମ’ର ସିକ୍ୱେଲ ସ୍କ୍ରିପ୍ଟ ପୂରା କରିନେଇଛନ୍ତି । ସେ ଏହି ଫିଲ୍ମ ବିଷୟରେ ବେଶୀ କିଛି କହିନାହାନ୍ତି, ଏବଂ ଏହା ଏକ ଗ୍ୟାଙ୍ଗଷ୍ଟର ପ୍ରେମ କାହାଣୀ ଉପରେ ଆଧାରିତ । ଏବେ ପର୍ଯ୍ୟନ୍ତ କଳାକାରଙ୍କ ବିଷୟରେ ସେ ଚିନ୍ତା କରି ନାହାନ୍ତି । ତାଙ୍କର ଆଗାମୀ ପ୍ରଡକ୍ସନ ‘କାଗଜ’ ଉପରେ କାମ ଶେଷ ହେବା ପରେ ଏହି ଫିଲ୍ମର ସେ କାମ ଆରମ୍ଭ କରିବେ ।

ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ସଲମାନଙ୍କ ସହ ଏନେଇ ଚର୍ଚ୍ଚା କରିଛନ୍ତି , ସେ କହିଥିଲେ ସଲମାନଙ୍କ ସହ ଭେଟ ବିଷୟରେ ମନା କଲେ । ‘ତେରେ ନାମ’ରେ ସଲମାନଙ୍କ ଭୂମିକା ସ୍ମୃତି ହୋଇ ରହିଛି । ୨୦୦୦ର ଆରମ୍ଭରେ ବକ୍ସଅଫିସରେ ନିଜର ଅନେକ ଫିଲ୍ମ ଫ୍ଲପ ହୋଇଥିଲା । ତେରେ ନାମ’ରୁ ତାଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା । ଯାହା ତାଙ୍କ ପାଇଁ ଜରୁରୀ ଥିଲା । ଏହି ଫିଲ୍ମ ଚାରିଆଡୁ ସଲମାନଙ୍କ କ୍ୟାରିଅରକୁ ସଫଳତା ଦେଇଥିଲା । ଯାହାପରେ ସଲମାନଙ୍କୁ ଏକ ରୁ ବଢି ଏକ ହିଟ ଫିଲ୍ମ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More