Only for Entertainment

ବାପା ସଲୀମ ଖାନ ଖୋଲିଲେ ରାଜ୍, ଏହା ଶୁଣି କାନ୍ଦି ପକାଇଲେ ଭାଇଜାନ !

khabarNDTV
0 89

ସଲମାନ ଖାନଙ୍କ ରେସ-୩ ଇଦରେ ରିଲିଜ ହୋଇଯାଇଛି । ଭାଇଜାନଙ୍କ ଫିଲ୍ମକୁ ନେଇ ଅନେକ ଦିନ ହେବ ଅପେକ୍ଷା କରିଥିବା ଫିଲ୍ମର ରିଭ୍ୟୁ ଭଲ ଆସୁନାହିଁ ସିନା ମାତ୍ର ଏଥିରେ ସଲମାନଙ୍କ ଜଲୱା କାୟମ ରହିଛି । ରେସ-୩ରୁ ବାହାରି ଆମେ କିଛି କଥା ହେବା ତ ସଲମାନ ଏବେ ଟିଭି ସୋ’ ଦଶ କା ଦମ’ରେ ହୋଷ୍ଟ କରୁଛନ୍ତି ଏବଂ ଟିଆରପି ରେସରେ ଏହା ମଧ୍ୟ କିଛି ଖାସ କମାଲ ଦେଖାଇ ପାରି ନାହିଁ । ମାତ୍ର ଏହି ଗେମ ଶୋ’ରେ ସଲମାନ ନିଜର କିଛି ଜୀବନ ସହ ଜଡିତ କଥା ସେୟାର କରିଛନ୍ତି । ଦଶ କା ଦମ ପିତା ମାନଙ୍କ ସ୍ପେଶାଲ ଡେ’ରେ ସଲମାନ ଖାନଙ୍କ ବାପା ସଲୀମ ଖାନଙ୍କ ସହ ଥିବା ସମ୍ପର୍କ ଦେଖିବାକୁ ମିଳିଥିଲା । ଶୋ’ରେ ନିର୍ମାତା ସଲମାନଙ୍କୁ ଏହି ସରପ୍ରାଇଜ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସେଟରେ ଉପସ୍ଥିତ ଥିବା ସୂତ୍ର କହିଥିଲେ ଯେ ସଲମାନ ଏହି ଭିଡିଓ ଦେଖି ଇମୋସନାଲ ହୋଇଯାଇଥିଲେ ଏବଂ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ତାଙ୍କୁ ଫାଦର୍ସ ଡେ’ରେ ଏଭଳି ସରପ୩୍ରାଇଜ ଦେବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ । ସଲମାନଙ୍କୁ ଇମୋସନାଲି ସ୍ଟ୍ରଙ୍ଗ ବୋଲି ସମସ୍ତେ ଜାଣନ୍ତି ମାତ୍ର ଏହି ତାଙ୍କ ବାପାଙ୍କ ତରଫରୁ ଏହି ମେସେଜ ଦେଖି ସେ ନିଜକୁ ରୋକି ପାରି ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More