Only for Entertainment

୫୩ ବର୍ଷରେ ପୁଲ ମଧ୍ୟରେ ଷ୍ଟଂଟ କରୁଥିବାର ନଜର ଆସିଲେ ସଲମାନ ।

image courtesy The Indian Express
17

ସଲମାନ ଖାନଙ୍କ ଫିଲ୍ମ ଭାରତ ବକ୍ସ ଅଫିସରେ ଭଲ ଇନକମ କରିଛି । ଫିଲ୍ମ ଏପର୍ଯ୍ୟନ୍ତ ପ୍ରାୟ ୨୫୦ କୋଟି ଟଙ୍କା ଇନକମ କରିଛି । ନିକଟରେ ସେ ତାଙ୍କର ଏକ ସର୍ଟଲେସ ଫଟୋ ଶେୟାର କରିଥିଲେ ଯାହାକୁ ଯଥେଷ୍ଟ ପସନ୍ଦ କରାଯାଇଥିଲା । କେବଳ ସେତିକି ନୁହେଁ ଜିମ ମଧ୍ୟରେ ମଧ୍ୟ ଏକ ଭିଡ଼ିଓରେ ଆସିଥିଲେ ଭାଇଜାନ । ଏବେ ପୁଣିଥରେ ସଲମାନଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛିଯେ ସଲମାନ ପୁଲ ମଧ୍ୟରେ ରିଭର୍ସ ଜମ୍ପ କରୁଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଭିଡ଼ିଓର ବ୍ୟାକଗ୍ରାଉଣ୍ଡରେ ସୁଲତାନର ଜଗ ଘୁମୟା ଗୀତ ବାଜୁଥିବାର ଶୁଣିବାକୁ ମିଳିଛି ।

 

 

View this post on Instagram

 

A post shared by Salman Khan (@beingsalmankhan) on

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସଲମାନଙ୍କୁ ଫିଲ୍ମ ‘ଦବଙ୍ଗ ଥ୍ରି’ରେ ଦେଖିବାକୁ ମିଳିବ । ଏହାର ଟାଇଟଲ ଟ୍ରାକର ସୁଟିଂ ମହେଶ୍ୱରରେ କରାଯାଇଥିଲା । ଫିଲ୍ମରେ ସାଉଥ ସୁପରଷ୍ଟାର ସୁଦୀପ ଭିଲେନ ଚରିତ୍ରରେ ନଜର ଆସିବେ । ସଲମାନଙ୍କ ପତ୍ନୀ ଚରିତ୍ରରେ ନଜର ଆସିବେ ସୋନାକ୍ଷୀ ସିହ୍ନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More