Only for Entertainment

‘ବର୍ଡ଼ର’ ପରେ ‘ଭୁଜ-ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’ରେ ଦେଖିବାକୁ ମିଳିବ ଲୋଙ୍ଗେୱାଲା ଯୁଦ୍ଧର କାହାଣୀ !

28

୧୯୯୭ ମସିହାରେ ପରଦାକୁ ଆସିଥିବା ଚଳଚ୍ଚିତ୍ର ‘ବର୍ଡ଼ର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧକୁ ନେଇ ପୁଣିଥରେ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଆଗାମୀ ଚଳଚ୍ଚିତ୍ର ‘ଭୁଜ-ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’ରେ ଲୋଙ୍ଗେୱାଲା ଯୁଦ୍ଧ ସହ ବାୟୁସେନାର ସଂଘର୍ଷକୁ ପରଦାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ଶୁଟିଂ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଆରମ୍ଭ ହୋଇଯାଇଛି। ଚଳଚ୍ଚିତ୍ରର କାର୍ଯ୍ୟସୂଚୀ ଅନୁସାରେ, ପ୍ରଥମ ଭାଗରେ ସଞ୍ଜୟ ଦତ୍ତ ନିଜର ଶୁଟିଂ ଆରମ୍ଭ କରିଦେଇଛନ୍ତି। ପ୍ରଥମ ଦିନ ଶୁଟିଂର ଫଟୋକୁ ଚଳଚ୍ଚିତ୍ର ନିର୍ମାତା ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ଫଟୋରେ ସଞ୍ଜୟ ଦତ୍ତଙ୍କୁ ଚଳଚ୍ଚିତ୍ରର ଟିମ୍‍ ସହ ଦେଖିବାକୁ ମିଳିଛି।

‘ଭୁଜ-ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’ରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାବ୍ୟତୀତ ସୋନାକ୍ଷୀ ସିହ୍ନା, ପରିଣୀତି ଚୋପ୍ରା, ରାଣା ଦଗୁବତୀ ଓ ଏମୀ ଭିର୍କ ପ୍ରମୁଖଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏକାଧିକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ଭୂଷଣ କୁମାର ବହନ କରିଛନ୍ତି। ଅଭିଷେକ ଦୁଧୈୟାଙ୍କ ନିର୍ଦ୍ଦେଶୀତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୧୪ ଅଗଷ୍ଟରେ ମୁକ୍ତିଲାଭ କରିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More