Only for Entertainment

ସାନ୍ୟା ମଲହୋତ୍ରାଙ୍କ ହାତରେ ଲାଗିଲା ବଡ଼ ବଜେଟ । ପ୍ରିୟ ଅଭିନେତ୍ରୀଙ୍କ ସହିତ କରିବେ ସ୍କ୍ରିନ ଶେୟାର ।

bollywood tadka
27

ପଟାଖା ଗର୍ଲ ସାନ୍ୟା ମଲହୋତ୍ରା ଖୁବଶୀଘ୍ର ନିଜ ପ୍ରିୟ କଳାକାର ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସହିତ କାମ କରିବେ । ଖବର ଅନୁସାରେ ରୋନି ସ୍କ୍ରୁବାଲାଙ୍କ ବ୍ୟାନର ଆରଏସବିପିରେ ନିର୍ମାଣ ହେଉଥିବା ଏହିି ଫିଲ୍ମରେ ସାନ୍ୟାଙ୍କ ପ୍ରବେଶ ହୋଇସାରିଛି । ଏହା ଶକୁନ୍ତଳା ଦେବୀଙ୍କ ବାୟୋପିକ । ଅବଶ୍ୟ ଏହି ଫିଲ୍ମରେ ସାନ୍ୟା ମଲହୋତ୍ରା କେଉଁ ଚରିତ୍ରରେ ନଜର ଆସିବେ ତାହାର ସୂଚନା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କିନ୍ତୁ କୁହାଯାଉଛି ଫିଲ୍ମରେ ସାନ୍ୟା ବିଦ୍ୟାଙ୍କ ଝିଅ ଚରିତ୍ରରେ ନଜର ଆସିବେ ।

 

ଖବର ଅନୁସାରେ ସାନ୍ୟାଙ୍କୁ ଏହି କାହାଣୀ ଖୁବ ପସନ୍ଦ ଆସିଛି । ସାନ୍ୟା ବିଦ୍ୟାଙ୍କ ଏକ ବଡ଼ ଫ୍ୟାନ । ତାଙ୍କ ସହିତ ସ୍କ୍ରିନ ଶେୟାର କରିବାକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି । ଏହି ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବ । ଅନୁ ମେନନ ଏହାକୁ ନିର୍ଦ୍ଦେଶନା ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More