Only for Entertainment

କାର୍ତ୍ତିକଙ୍କ ନାଁ ଜୋର ଜୋରରେ ଚିଲାଇଲେ ସାରା, ଅଭିନେତା ଚିଡିଯାଇ ଦେଲେ କିଛି ଏଭଳି ରିଆକ୍ସନ !

44

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବଂ କାର୍ତ୍ତିକ ଆର‌୍ୟନ କିଛି ଦିନ ହେବ ଇମତିଆଜ ଅଲୀଙ୍କ ଫିଲ୍ମ ସୁଟରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ସୁଟିଂ ଏବେ ଦିଲ୍ଲୀରେ ହେଉଛି । ନିକଟରେ ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସାରା ଏବଂ କାର୍ତ୍ତିକ ମସ୍ତି କରୁଥିବାର ନଜର ଆସିଛନ୍ତି ।

ଭିଡିଓରେ ସାରା ଜୋରରେ କାର୍ତ୍ତିକଙ୍କ ନାଁ ନେଉଥିବା ବେଳେ କାର୍ତ୍ତିକ ହସି ସାରାଙ୍କ ମୁହଁରେ ହାତ ରଖି ଦେଇଛନ୍ତି । ଫ୍ୟାନ୍ସମାନେ ତାଙ୍କର ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି । କେବଳ ସେତିକି ନୁହେଁ ଫ୍ୟାନ୍ସ ମାନେ ଏହି ଭିଡିଓରେ କମେଂଟ ମଧ୍ୟ କରିଛନ୍ତି ।

 

View this post on Instagram

 

And that’s a schedule wrap for me in Delhi ? ????????????‍♀️????⏯??‼️

A post shared by Sara Ali Khan (@saraalikhan95) on

ଏଠାରେ କହି ରଖୁଛୁ ଯେ, କିଛି ଦିନ ହେବ ସାରା ଏବଂ କାର୍ତ୍ତିକ ଦୂହେଁ ନିଜର ଇନଷ୍ଟାଗ୍ରାମ ଅକାଉଂଟରେ ନିଜର ଅପକମିଂ ଫିଲ୍ମ ବିଷୟରେ ଜଣାଇଥିଲେ । ଏହି ଫିଲ୍ମରେ ସାରା , କାର୍ତ୍ତିକଙ୍କ ବ୍ୟତୀତ ରଣଦୀପ ହୁଡ୍ଡା ମଧ୍ୟ ନଜର ଆସିବେ । ଫିଲ୍ମ ଆସନ୍ତା ବର୍ଷ ୧୪ଫେବୃୟାରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More