Only for Entertainment

ଲିମ୍‌କାରୁ ପୋକ ବାହାରିବା ପରେ ଟୁଇଟ୍‌ କଲେ ଶେଖର ସୁମନ; କେହି ପିଅନ୍ତୁ ନାହିଁ

78

ଲୋକପ୍ରିୟ ଅଭିନେତା ଶେଖର ସୁମନଙ୍କ ସହ ଏକ ଅଜବ ଘଟଣା ଘଟିଛି । ଯାହା ବିଷୟରେ ଟୁଇଟ୍‌ କରି ଜଣାଇଛନ୍ତି ଶେଖର । ଏକ ଲିମ୍‌କା ବୋତଲର ଫଟୋ ଟୁଇଟ୍‌ କରି ପୋକ ବାହାରିଥିବା ନେଇ ଶେଖର ସୂଚନା ଦେଇଛନ୍ତି । ଏହା ସହ କେହି ଲିମ୍‌କା ପିଅନ୍ତୁ ନାହିଁ ବୋଲି ମଧ୍ୟ ଉପଦେଶ ଦେଇଛନ୍ତି । ଫଟୋ ସେୟାର କରି, ଲିମ୍‌କା ବୋତଲ ଖୋଲିବା ପରେ ତାହାର ଠିପି ଏବଂ ବୋତଲ ମୁହଁରେ ବହୁତ ପୋକ ଲାଗିଥିବାର ଦେଖିଲି । କେହି ବଜାରରେ ମିଳୁଥିବା ଏହି ମୃଦୁପାନୀୟକୁ ପିଅନ୍ତୁ ନାହିଁ । ଦୟା କରି ଏହାକୁ ସାର୍ବଜନିକ ହିତ ପାଇଁ ରି-ଟୁଇଟ୍‌ କରନ୍ତୁ ବୋଲି ଲେଖିଥିଲେ ଶେଖର ।


ଶେଖରଙ୍କ ଟୁଇଟ୍‌ ସାମ୍ନାକୁ ଆସିବା ପରେ ଲିମ୍‌କା ପକ୍ଷରୁ ଏ ନେଇ ଜବାବ ରଖା ଯାଇଛି । ଆମେ ଏହି ମାମଲାକୁ ନେଇ ତଦନ୍ତ କରିବାକୁ ଚାହୁଁଛୁ । ଦୟା କରି ଆମକୁ ଆପଣଙ୍କ ପୂରା ନାଁ, ଟେଲିଫୋନ, ଇ-ମେଲ ଠିକଣା ଓ ଯେଉଁ ଦେଶରେ ଆପଣ ରହୁଛନ୍ତି ତାହାର ଠିକଣା ପଠାନ୍ତୁ । ଏଭଳି ଘଟଣାକୁ ରିପୋର୍ଟ କରିଥିବାରୁ ଧନ୍ୟବାଦ ବୋଲି ଟୁଇଟ୍‌ କରିଛି ଲିମ୍‌କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More