Only for Entertainment

ପୁଲୱାମା ସହିଦଙ୍କୁ ଏହି ଖାସ ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଦେବେ ଶାହରୁଖ, ପୂରା କଲେ ସୁଟିଂ

latestly
155

ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ଉତ୍ସର୍ଗ କରି ତିଆରି ହେଉଥିବା ଗୀତ ‘ତୁ ଦେଶ ମେରା’ରେ ସୁପର୍‌ଷ୍ଟାର୍‌ ଶାହରୁଖ ଖାନ ବି ନିଜର ଆସିବେ । ଏହି ଗୀତର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନ, କାର୍ତ୍ତିକ ଆର୍ଯ୍ୟନ, ଟାଇଗର୍‌ ସରଫ୍‌ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ଅନ୍ୟମାନେ ନଜର ଆସିବେ ବୋଲି ପୂର୍ବରୁ ସୂଚନା ରହିଥିଲା। ଏବେ ଏହି ଗୀତରେ କିଙ୍ଗ ଖାନ ଶାହରୁଖଙ୍କର ବି ଅବଦାନ ରହିବ ବୋଲି ଜାଣିବାକୁ ମିଳିଛି।

୪ ମିନିଟ୍‌ର ଏହି ଭିଡିଓରେ ଗୀତର କିଛି ଭାବପ୍ରବଣପୂର୍ଣ୍ଣ ଧାଡ଼ିକୁ ନେଇ ନିଜର ଅଭିନୟ ଜରିଆରେ ଦର୍ଶକଙ୍କୁ ଆକୃଷ୍ଟ କରିବେ କିଙ୍ଗ୍‌ଖାନ୍‌। ଜାଣିବାକୁ ମିଳିଛି ଯେ ଶାହରୁଖ ମୁମ୍ବାଇରେ ଏହି ଭିଡିଓର କିଛି ଅଂଶ ସୁଟିଂ କରି ଦେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More