Only for Entertainment

‘ଜର୍ସୀ’ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସାହିଦ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

zee news
21

ବଲିଉଡ ଅଭିନେତା ସାହିଦ କପୁର ତେଲୁଗୁ ‘ଜର୍ସୀ’ର ହିନ୍ଦୀ ରିମେକ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏଖିପାଇଁ ସାହିଦ ଖୁବ ପରିଶ୍ରମ ମଧ୍ୟ କରୁଛନ୍ତି । ସାହିଦ ଫିଲ୍ମରେ ନିଜ ଭୂମିକାକୁ ନ୍ୟାୟ ଦେବା ପାଇଁ କ୍ରିକେଟ କୋଚିଂ ଆରମ୍ଭ କରିଦେଇଛନ୍ତି । ଫିଲ୍ମରେ ସାହିଦ ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ବିଷୟରେ ସାହିଦ କହିଛନ୍ତି, ‘କବିର ସିଂ ପରେ ମୋତେ ଚିନ୍ତା କରିବା ପାଇଁ ସମୟ ଲାଗିଥିଲା ମୁଁ ଏହି ଫିଲ୍ମ କରିବା ଦରକାର କି ନାହିଁ । କିନ୍ତୁ ମୁଁ ଜର୍ସୀ ଫିଲ୍ମ ଦେଖିବା ପରେ ବୁଝିପାରିଲି ଏହା ମୋର ଆଗାମୀ ଫିଲ୍ମ ହେବ । ଏହା ଏକ ସୁନ୍ଦର ଫିଲ୍ମ ଏବଂ ଏପରି ଜଣେ ବ୍ୟକ୍ତିଙ୍କ କାହାଣୀ ଯେ ମୋ ସହିତ ମେଳ ଖାଉଛନ୍ତି ।’

 

 

View this post on Instagram

 

#jersey the prep begins.

A post shared by Shahid Kapoor (@shahidkapoor) on

ଫିଲ୍ମ ପାଇଁ ସାହିଦ ଏବେ କ୍ରିକେଟ କୋଚିଂ ନେବା ଆରମ୍ଭ କରିସାରିଥିବା ବେଳେ ଆଗାମୀ ମାସରୁ ଚଣ୍ଡିଗଢରେ ଏହାର ସୁଟିଂ ଆରମ୍ଭ ହେବ । ଶୁଣିବାକୁ ମିଳୁଛି ଯେ, ଫିଲ୍ମରେ ସାହିଦଙ୍କ ଅପୋଜିଟରେ ମୃଣାଳ ଠାକୁର ନଜର ଆସିବେ । ଫିଲ୍ମ ‘ଜର୍ସୀ’ର ନିର୍ଦ୍ଦେଶନା ଦେବେ ଗୌତମ ଚିତ୍ରାନାଉରୀ । ଫିଲ୍ମର ଓରିଜିନାଲ ଭର୍ସନକୁ ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମ ଆଗାମୀ ବର୍ଷ ୨୮ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More