ବିଗବସ୧୩’ ଘରେ ଏଭଳି ଛଠ ପୂଜା ପାଳିବେ ଖେସାରୀ ଲାଲ ୟାଦବ, କହିଲେ ପୂରା କାହାଣୀ !
ସଲମାନ ଖାନଙ୍କ ଶୋ’ ବିଗବସ୧୩’ରେ ନିକଟରେ ୩ଟି ନୂଆ ୱାଇଲ୍ଡ କାର୍ଡ ଏଂଟ୍ରିରେ ଦେଖିବାକୁ ମିଳିବ । ଏଥିରୁ ରାଜନୈତିକ ବିଶେଷଜ୍ଞ ତହସୀନ ପୁନାବାଲା, ଅଭିନେତ୍ରୀ ଶେଫାଳୀ ଜରିୱାଲା ଏବଂ ଭୋଜପୁରୀ ଷ୍ଟାର ଖେସାରୀ ଲାଲ ୟାଦବ ସାମିଲ ଅଛନ୍ତି । ଆଜି ସାରା ଦେଶରେ ଛଟ ପୂଜା ହେଉଥିବା ବେଳେ ଖେସାରୀ ଲାଲ ବିଗବସ ହାଉସରେ ଥିବା କାରଣରୁ ସେ ସେହିଠାରେ ହିଁ ଛଟ ପୂଜା ପାଳନ କରିବେ । ବିଗବସ ଘରକୁ ଯିବା ପୂର୍ବରୁ ଏହି ପ୍ଲାନ ବିଷୟରେ ମଧ୍ୟ ସେ କହିଥିଲେ ।
ଏକ ରିପୋର୍ଟ ମୁତାବକ ଖେସାରୀ କହିଥିଲେ ଯେ ସେ ଛଠି ମୟାଙ୍କ ଆର୍ଶବାଦ ନେଇ ଘରେ ପ୍ରବେଶ କରୁଛନ୍ତି । ମା’ଙ୍କ କୃପା ଯେତେ ପର୍ଯ୍ୟନ୍ତ ତାଙ୍କ ସାଥ୍ ଦେବ ସେ ନିଶ୍ଚୟ ବିଜୟ ହାସଲ କରିବେ ।
ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବିଗବସ ଘରେ ଇଂଟରନେଟ ସେନସେସନ ହିନ୍ଦୁସ୍ତାନୀ ଭାଉ ମଧ୍ୟ ଏଂଟ୍ରି କରିବେ । ଶୋ’ର ନିକଟରେ ଦେଇଥିବା ଏପିସୋଡରେ ଆମେ ଦେଖିଛୁ ଯେ ବିଗବସ ମିଡସିଜନ ଫାଇନାଲ ଟାସ୍କକୁ ନେଇ ଘରବାଲାଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା । ଏହାପରେ ତହସୀନ, ଶେଫାଳୀ ଏବଂ ଖେସାରୀ ଘର ଲୋକଙ୍କୁ ନଜର ରଖିଥିଲେ ଏବଂ ତାଙ୍କ ବିଷୟରେ ନିଜ ମତ ରଖିଥିଲେ ।