Only for Entertainment

‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ‘କବୀର ସିଂ’ର ସେଟରୁ ସମ୍ନାକୁ ଆସିଲା ସାହିଦ କପୁରଙ୍କ ନୂଆ ଲୁକ, ଦାଢି ନୁହେଁ କ୍ଲିନ ସେଭରେ ଆସିଲେ ନଜର ।

Hindustan Times
42

ବଲିଉଡ ଅଭିନେତା ସାହିଦ କପୁର ଏବେ ନିଜର ଆଗାମୀ ଫିଲ୍ମ ‘କବୀର ସିଂ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ତେଲଗୁ ସୁପରହିଟ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ । ଫିଲ୍ମର ହିନ୍ଦୀ ନାମ ରଖାଯାଇଛି କବୀର ସିଂ ।

କିଛି ଦିନ ପୂର୍ବରୁ କବୀର ସିଂର ସୁଟିଂ ସେଟରୁ ସାହିଦଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା ଯାହା ଖୁବ ଭାଇରାଲ ହୋଇଥିଲେ । ଫଟୋେରେ ସାହିଦ ଦାଢି ରଖିଥିବାର ନଜର ଆସିଥିଲେ । ଏବେ ଫିଲ୍ମର ସୁଟିଂ ସେଟରୁ ସାହିଦଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ କ୍ଲିନ ସେଭରେ ନଜର ଆସିଛନ୍ତି । ଏହି ଲୁକକୁ ସାହିଦ ଖୋଦ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

 

View this post on Instagram

 

On set. #kabirsingh

A post shared by Shahid Kapoor (@shahidkapoor) on

କହିରଖୁଛୁ ଯେ, ଫିଲ୍ମରେ ସାହିଦ ଏକ ମେଡିକାଲ ଷ୍ଟୁଡେଣ୍ଟ ଭୂମିକାରେ ନଜର ଆସିବେ । ଯେ ନିଜର ଜୁନିଅରଙ୍କୁ ଭଲପାଇ ବସନ୍ତି । ଫିଲ୍ମରେ ସାହିଦଙ୍କ ଅପୋଜିଟରେ କିଆରା ଆଡଭାଣୀ ନଜର ଆସିବେ । ହିନ୍ଦୀ ରିମେକୁ ମଧ୍ୟ ଫିଲ୍ମର ମୂଳ ନିର୍ଦ୍ଦେଶକ ସନ୍ଦୀପ ୱଙ୍ଗା ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମ ଆଗାମୀ ବର୍ଷ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More