Only for Entertainment

ଶ୍ରଦ୍ଧା କପୁରଙ୍କ ସହିତ ରାଜ କୁମାର ଲଗାଇଲେ ଠୁମକା, ଭାଇରାଲ ହେଉଛି ଭିଡିଓ

ndtv
0 42

ବଲିଉଡ ଅଭିନେତା ରାଜ କୁମାର ରାଓ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁହେଁ ମସ୍ତିଭରା ଅନ୍ଦାଜରେ ଠୁମକା ଲଗାଉଥିବା ଦେଖିବାକୁ ମିଳିଛି । ରାଜକୁମାର ଏବଂ ଶ୍ରଦ୍ଧାଙ୍କ ଅପକମିଙ୍ଗ ହରର କମେଡି ଫିଲ୍ମ ‘ସ୍ତ୍ରୀ’ ରେ ନଜର ଆସିବେ । ଏହା ସୁଟିଂ ଶେଷ ହେବା ଅବସରରେ ପାର୍ଟିର ଆୟୋଜନ କରାଯାଇଥିଲା । ପାର୍ଟିରେ ଦୁଇ କଳାକାର ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

#rajkumarrao #shraddhakapoor at #stree wrap up bash

A post shared by Viral Bhayani (@viralbhayani) on

ପାର୍ଟିରେ ରାଜ କୁମାର ରାଓ ଏବଂ ଶ୍ରଦ୍ଧାଙ୍କ ବ୍ୟତିତ ସମସ୍ତ ମେମ୍ବର ଉପସ୍ଥିତ ଥିଲେ । ଏହା ପୂର୍ବରୁ ସୁଟିଂ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଶ୍ରଦ୍ଧା ଏବଂ ରାଜକୁମାର ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା ।

@rajkummar_rao #STREE

A post shared by Shraddha (@shraddhakapoor) on


ଶ୍ରଦ୍ଧା ଏବଂ ରାଜ କୁମାର ପ୍ରଥମ ଥର ପାଇଁ ହରର କମେଡି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମକୁ ଅମର କୌଶିକ ନିର୍ଦ୍ଦେଶନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More