Only for Entertainment

ସକାଳୁ ଉଠି ଦେଖିଲେତ ଜଣାପଡ଼ିଲା କୋଟିପତି ହୋଇ ଯାଇଛନ୍ତି ୬ ଜଣ ସାଧାରଣ ସେଲ୍ସମ୍ୟାନ

the lallantop
219

କୁହାଯାଏ ବିଧାତା ଯେତେବେଳେ ଦିଏ ଛପର ଫାଡ଼ି ଦିଏ । ବୋଧହୁଏ କାହିଁ କେତେ ଦିନରୁ ଏହି ଢଗ ଶୁଶିବାକୁ ମିଳେ । ଏହି କଥା କେରଳରେ ରହୁଥିବା ୬ ଜଣ ସାଧାରଣ ସେଲ୍ସମ୍ୟାନଙ୍କ ସହିତ ହୋଇଛି । କାରଣ ସେମାନେ ରାତା ରାତି କୋଟିପତି ହୋଇ ଯାଇଛନ୍ତି । ବାସ୍ତବରେ ୨୦ ସେପ୍ଟେମ୍ବରକୁ ସକାଳେ ନିଦରୁ ଯେତେବେଳେ ସେମାନେ ଉଠିଲେ ତାଙ୍କ ଭାଗ୍ୟ ସୁନା ଚମକିଲା ଭଳି ବଦଳି ଯାଇଛି ।

୧୯-୨୦ ସେପ୍ଟେମ୍ବର ରାତି ୨ଟାରେ କେରଳ ଥିରୁବୋନମ ବମ୍ପର ଲଟେରୀର ଫଳାଫଳ ଆସିଲା । ଲକି ଡ୍ର ବାହାର କରାଗଲା । ଏହି ଟିକେଟରେ ୧୨ କୋଟି ଉଠିଲା, ଯାହାର ନମ୍ବର ଥିଲା ଟି.ଏମ ୧୬୦୮୬୯ । ଏହି ଟିକେଟ କୋଲକମର ଏକ ଅଳଙ୍କାର ଦୋକାନରେ କାମ କରୁଥିବା ୬ ଜଣ ସେଲ୍ସମ୍ୟାନଙ୍କର । ଆଶ୍ଚର୍ଯ୍ୟର କଥା ହେଉଛି ଏମାନେ ୧୮ ସେପ୍ଟେମ୍ବରକୁ ଟିକେଟ କିଣିଥିଲେ ଏବଂ ୨୦ ସେପ୍ଟେମ୍ବରକୁ ଲଟେରୀ ଉଠିଗଲା । ଯେଉଁଥିରେ ସେମାନଙ୍କୁ ମିଳିଲା ୧୨ କୋଟି । ଯଦିଓ ଏମାନେ ୧୨ କୋଟିର ଲଟେରୀ ଜିତିଛନ୍ତି ତଥାପି ସେମାନଙ୍କୁ ପୂରା ଟଙ୍କା ମିଳିବ ନାହିଁ । ବିଭିନ୍ନ ଟ୍ୟାକ୍ସ କଟି ୭ କୋଟି ମିଳିବ । କିନ୍ତୁ ଯଦି ମଧ୍ୟ ଏହି ଟଙ୍କାକୁ ସମସ୍ତଙ୍କ ମଧ୍ୟରେ ବରାବର କରାଯାଏ ତେବେ ସମସ୍ତେ କୋଟିପତି ତ ନିହାତି ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More