Only for Entertainment

କ୍ୟାନସରରେ ପୀଡିତ ସୋନାଲୀ, ଟ୍ୱିଟ କରି ଜଣାଇଲେ ନିଜର ଦୁଃଖ ।

NewsX
0 61

ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରେ ଏବେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଦୁଃଖଭରା ଖବର ଟ୍ୱିଟ କରି ଜଣାଇଛନ୍ତି । ସୋନାଲୀ ସୋସିଆଲ ମିଡିଆରେ ଜଣାଇ ଲେଖିଛନ୍ତି ଯେ ସେ ହାଇଗ୍ରେଡ କ୍ୟାନସରରେ ପୀଡିତ ଅଛନ୍ତି । ନ୍ୟୁୟର୍କରେ ତାଙ୍କର ଚିକିତ୍ସା ଚାଲିଛି । ସୋନାଲୀ ନିଜ ଟ୍ୱିଟର ଅକାଉଂଟରେ ଲେଖିଛନ୍ତି ‘ବେଳେ ବେଳେ ଆପଣ ଜୀବନ ଠାରୁ ଖୁବ କମ ଆଶା କରନ୍ତି, ତେବେ ଜୀବନ ମଧ୍ୟ ଆପଣଙ୍କୁ କର୍କବଲ ଫୋପାଡେ । ତାଙ୍କୁ ହାଇଗ୍ରେଡ କ୍ୟାନସର ହୋଇଥିବା ସେ ଭାବୁକ ହୋଇ ଲେଖିଛନ୍ତି । ଯାହା ସେ ଆଗରୁ ଜାଣି ପାରିନଥିଲେ । ମାତ୍ର ଭିନ୍ନଧରଣର କଷ୍ଟ ପରେ ଏକ ଟେଷ୍ଟ ରୁ ଏହି ରୋଗର ଖୁଲାସା ହୋଇଛି । ତାଙ୍କ ପରିବାରବର୍ଗ ଏବଂ ବନ୍ଧୁମାନଙ୍କ ପାଖରୁ ତାଙ୍କୁ ଖୁବ ସପୋର୍ଟ ମିଳୁଥିବା ମଧ୍ୟ ଲେଖିଛନ୍ତି ସୋନାଲୀ ବେନ୍ଦ୍ରେ ।

ଏଠାରେ ଆମେ କହି ରଖୁଛୁ ଯେ ସୋନାଲୀ ଅନେକ ଦିନ ହେବ ଲାଇମ ଲାଇଟରୁ ଦୂରକୁ ଚାଲି ଯାଇଥିଲେ । ମାତ୍ର ସେ ଏବେ ଜିଟିଭିରେ ପ୍ରସାରିତ ହେଉଥିବା ଏକ ପିଲାମାନଙ୍କ କାର୍ଯ୍ୟ ‘ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ’ରେ ଜଜ ଭାବେ ନଜର ଆସିଥିଲେ । କିନ୍ତୁ ତାଙ୍କର ଏହି ରୋଗ ବିଷୟରେ ଜାଣିବା ପରେ ସେ ଏବେ ଏହି ଶୋ’ରୁ ବାହାରି ଯାଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି ।

ତାଙ୍କ ସ୍ଥାନରେ ଶୋ’ରେ ଏବେ ଜଜମେଂଟ ପ୍ୟାନେଲରେ ନଜର ଆସିଛନ୍ତି ହୁମ୍ମା ଖୁରେସି । ସୋନାଲୀଙ୍କର ଏହି ଖବର ପାଇଲେ ପରେ ଫ୍ୟାନ୍ସ ମାନେ ଖୁବ ଚିନ୍ତିତ ହୋଇ ପଡିଛନ୍ତି ଏବଂ ତାଙ୍କର ଶୀଘ୍ର ଭଲ ହୋଇଯିବା ଲାଗି ପ୍ରାର୍ଥନା ମଧ୍ୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More