Only for Entertainment

ସୋନମ କପୁର ଆମେରିକା ରାଷ୍ଟ୍ରପତିଙ୍କୁ କହିଲେ ମୂର୍ଖ, ଜାଣନ୍ତୁ ଏହାର କାରଣ !

upuklive
0 70

ବଲିଉଡ ଅଭିନେତ୍ରୀ ସୋନମ କପୁର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁର୍ଖ କହିଥିବା ଖବରରେ ପ୍ରକାଶ ହୋଇଛି । ଏହାସହ ଭାରତଠାରୁ କିଛି ଶିକ୍ଷା କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

ସୋନମ କିଛି ଦିନ ହେବ ରାଷ୍ଟ୍ରପତିଙ୍କ ଏକ ନିଷ୍ପତ୍ତିରୁ କ୍ରୋଧିତ ହୋଇପଡିଛନ୍ତି । ଆମେରିକା ରାଷ୍ଟ୍ରପତି ବିଗତ ଦିନରେ ହାତୀଙ୍କ ଉପରକୁ ହୋଇଥିବା ଶୀକାର ଯୋଗୁଁ ମରିଯାଇଥିବା ହାତୀଙ୍କ ଅଂଗକୁ ଆୟତ୍ତ କରିବା ଲାଗି ଅନୁମତି ଦେଇଛନ୍ତି । ଯାହା ଫଳରେ ଏହି ବିଷୟକୁ ନେଇ ସୋନମ ନିଜର ରାଗ ଜାହିର କରି ଏକ ଟ୍ୱିଟ କରିଛନ୍ତି । ଭାରତରେ ଶିକାର ଅବୈଧ ଅଟେ, ଏହା ଏକ ଏଭଳି ଶିକ୍ଷା ଅଟେ ଯାହାକୁ ସମସ୍ତ ବିଶ୍ୱ ମାନିବା ଉଚିତ, ଏବଂ ଟ୍ରମ୍ପ ମୁର୍ଖ ଅଟନ୍ତି ବୋଲି ସୋନମ ତାଙ୍କ ଟ୍ୱିଟ ଜରିଆରେ ଟ୍ରମ୍ପଙ୍କୁ କଡା ଜବାବ ଦେଇ ତାଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଓବାମାଙ୍କ ପ୍ରଶାସନ ସମୟରେ ଏହି ନିଷ୍ପତ୍ତି ଉପରେ ରୋକ ଲାଗିଥିଲା । ମାତ୍ର ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁଁ ବନ୍ୟ ଜୀବ ସମୂହ ଏବଂ ଅନ୍ୟ ସଂଗଠନ ଗୁଡିକ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହା ସହ ଟ୍ରମ୍ପଙ୍କ ପ୍ରଶାସନକୁ ନିନ୍ଦା ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More