Only for Entertainment

ସୋନମଙ୍କ ରିସେପସନରେ ସାମ୍ନା ସାମ୍ନି ହେଲେ ଏକ୍ସ ଲଭର ।

bollywood tadka
0 57

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ବିବାହ ଏବଂ ରିସେପସନରେ ଅଧିକାଂଶ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଏହା ଦ୍ୱାରା ଏଭଳି କିଛି ତାରକା ନଜର ଆସିଥିଲେ ଯେଉଁମାନଙ୍କର ତାଙ୍କ ଏକ୍ସ ଲଭରଙ୍କ ସହିତ ଆମ୍ନାସାମ୍ନା ହୋଇଥିଲା ।

aish and salman
ସଲମାନ ଖାନ-ଐଶ୍ଚର୍ଯ୍ୟା ରାୟ ବଚ୍ଚନ
ସଲମାନ ଏବଂ ଐଶ ଏହି ପାର୍ଟରେ ନଜର ଆସିଥିଲେ । ଖବର ମୁତାବକ ଐଶଙ୍କୁ ଆଭୋଏଡ କରି ସଲମାନ ବିଳମ୍ବରେ ପହଂଚିଥିଲେ,କିନ୍ତୁ ସଲମାନ ସେଠାରେ ପହଂଚିବା ସମୟରେ ମଧ୍ୟ ଐଶ ସେଠାରେ ଉପସ୍ଥିତ ଥିଲେ ।

 
ଅଭିଷେକ ବଚ୍ଚନ-କରିସ୍ମା କପୁରପତ୍ନୀ ଐଶଙ୍କ ଭଳି ଅଭିଷେକ ବଚ୍ଚନଙ୍କର ମଧ୍ୟ ରିସେପସନରେ ଦୁଇ ଜଣ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସହିତ ସାକ୍ଷାତ ହୋଇଥିଲା । ସେଠାରେ ଉଭୟ ରାନୀ ଏବଂ କରିସ୍ମା ଦୁଇଜଣ ପହଂଚିଥିଲେ ।


କ୍ୟାଟରୀନା କୈଫ -ରଣବୀର ସିଂ
ରଣବୀର ଆଲିୟାଙ୍କ ସହିତ ପାର୍ଟିରେ ନଜର ଆସିଥିଲେ । କ୍ୟାଟ ଏବଂ ରଣବୀରଙ୍କୁ ଦେଖି ଏଭଳି ମନେ ହେଉଥିଲା ଯେପରି ଦୁଇଜଣ ମୁଭ ଅନ କରି ସାରିଛନ୍ତି । କ୍ୟାଟରୀନା ସଲମାନଙ୍କୁ ଆଲିଙ୍ଗନ କରି ରଣବୀରଙ୍କୁ ଇସାରା ଦେଇ ଜଚ୍ଚାଇଦେଲେ ଯେ ସେ ମଧ୍ୟ ଏସବୁ ଭୁଲି ଯାଇଛନ୍ତି । ଏହା ବ୍ୟତୀତ ଆଲିୟା ମଧ୍ୟ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଆମ୍ନାସାମ୍ନା ହୋଇଥିଲେ ।

 


ଶାହିଦ କପୁର-କରୀନା କପୁର
ଶାହିଦଙ୍କୁ ପତ୍ନୀ ମୀରାଙ୍କ ସହିତ ଦେଖିବାକୁ ମିଳିଥିଲା । ସେହି ସମୟରେ କରୀନାଙ୍କୁ ସୈଫଙ୍କ ସହିତ ଦେଖିବାକୁ ମିଳିଥିଲା ।

ଅକ୍ଷୟ କୁମାର-ସିଲ୍ପା ସେଟ୍ଟୀ
ଅକ୍ଷୟ ଏବଂ ସିଲ୍ପା ଏକ ସମୟରେ ଲଭ ବାର୍ଡ଼ ଥିଲେ । ଦୁଇଜଣଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ । କିନ୍ତୁ ଦୁଇ ଜଣ ଆଗକୁ ବଢି ସାରିଛନ୍ତି ଏବଂ ନିଜ ଜୀବନରେ ଖୁବ ବ୍ୟସ୍ତ ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More