Only for Entertainment

ବିବାଦ ସୃଷ୍ଟି କଲା ସୋନୁ ନିଗମଙ୍କ ବୟାନ ।

twitter
28

ବିବାଦରେ ବଲିଉଡ ସିଙ୍ଗର ସୋନୁ ନିଗମ । ସୋନୁଙ୍କର ଏକ ବୟାନ ତାଙ୍କୁ ଏବେ ବିବାଦ ଘେରକୁ ଟାଣି ଆଣିଛି । ନିକଟରେ ସୋନୁ ଏକ ମିଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ବିବାଦୀୟ ବୟାନ ଦେଇଥିଲେ । ବୟାନରେ ସୋନୁ କହିଥିଲେ, ସେ ଭାରତରେ ଜନ୍ମ ନ ହୋଇ ବଂର ପାକିସ୍ତାନରେ ଜନ୍ମ ହୋଇଥିଲେ ଭଲ ହୋଇଥାଏ । ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ତେବେ, ନିଜ ସଫେଇରେ ସୋନୁ କହିଛନ୍ତି ଭାରତରେ, ସିଙ୍ଗର ମାନଙ୍କ ଇମୋସନ୍ ସହ ବହୁତ ଖେଳାଯାଉଛି । ଏଠାରେ ମ୍ୟୁଜିକ କମ୍ପାନି ଗୀତ ଗାଇବା ପାଇଁ ସିଙ୍ଗର ମାନଙ୍କ ଠାରୁ ପଇସା ନେଇଥାନ୍ତି । କିନ୍ତୁ ପାକିସ୍ତାନୀ ସିଙ୍ଗର୍ ମାନଙ୍କ କ୍ଷେତ୍ରରେ ଏପରି ହୋଇ ନ ଥାଏ । ଆମକୁ ଗୀତ ପାଇଁ ମ୍ୟୁଜିକ କମ୍ପାନି ଗୁଡିକ ଟଙ୍କା ଦେବାକୁ ପଡୁଥିବା ବେଳେ ପାକିସ୍ତାନର ସିଙ୍ଗର ମାନଙ୍କୁ ସେମାନେ ଟଙ୍କା ନେଇ ନଥାନ୍ତି ବୋଲି ସୋନୁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More