Only for Entertainment

ବାପାଙ୍କ ସ୍କୁଟର ଚଲାଉଥିବାର ନଜର ଆସିଲେ ଏହି କଳାକାର, ଶେୟାର କଲେ ଇମୋସନାଲ ଭରା ପୋଷ୍ଟ !

66

ବଲିଉଡ ଅଭିନେତା ସୋନୁ ସୁଦ କିଛି ଦିନ ହେବ ନିଜ ଫିଲ୍ମ ‘ଫିଲ୍ମକ୍ଷେତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାବ୍ୟତୀତ ସୋସିଆଲ ମିଡିଆରେ ସେ ଖୁବ ବ୍ୟସ୍ତ ରହୁଛନ୍ତି । ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସୋନୁ ସୁଦଙ୍କୁ ସ୍କୁଟର ଚଳାଉଥିବାର ଦେଖିବାକୁ ମିଳିଛି । ସୋନୁ କେତେବେଳେ ଇ-ରିକ୍ସା ଚଳାଉଥିବାର ନଜର ଆସିଛନ୍ତି ତ କେବେ ସ୍କୁଟର ।

ଭାଇରାଲ ହେଉଥିବା ଭିଡିଓରେ ସୋନୁ ପୁରୁଣା ସ୍କୁଟର ଚଳାଉଥିବାର ନଜର ଆସିଛନ୍ତି । ସୋନୁ ନିଜେ ଏହି ଫଟୋ ଇନଷ୍ଟାଗ୍ରାମରେ ଶ୍ରେୟାର କରିଛନ୍ତି । ଶେୟାର କରି ଇମୋସନାଲ ଭରା ପୋଷ୍ଟ ମଧ୍ୟ ଲେଖିଛନ୍ତି । ସେ ଲେଖଛନ୍ତି ଯେ ସେ ତାଙ୍କ ବାପାଙ୍କ ପାଇଁ ନୂଆ କାର ଏବଂ ନୂଆ ସ୍କୁଟର ଆଣି ଦେଲା ପରେ ମଧ୍ୟ ଏହି ସ୍କୁଟର ତାଙ୍କ ବାପାଙ୍କର ପ୍ରିୟ ଅଟେ । ଏହିକାରଣରୁ ଏହି ସ୍କୁଟର ଏବେ ତାଙ୍କର ମଧ୍ୟ ପ୍ରିୟ ହୋଇଗଲାଣି । ଏହାସହ ସେ ତାଙ୍କ ବାପାଙ୍କୁ ଖୁବ ମନେ ପକାଉଥିବା ମଧ୍ୟ ଶେୟାର କରିଛନ୍ତି । ସେ ଏହାକୁ ଅନେକ ଥର ଚଲାଇଛନ୍ତି ଏବଂ ଏହାର ଶବ୍ଦ ତାଙ୍କୁ ଖୁବ ପସନ୍ଦ ।
ସୋନୁଙ୍କର ଏହି ଭିଡିଓରେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କୋରିଓଗ୍ରାଫର ଫରାହ ଖାନ ମଧ୍ୟ କମେଂଟ କରିଛନ୍ତି । ଫରାହଙ୍କ କମେଂଟ ଦେଖି ଲୋକମାନେ ଖୁବ ହସି ହସି ଗଡିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More