Only for Entertainment

ଭାରତରେ ରିଲିଜ ହେବାକୁ ଯାଉଛି ସ୍ପାଇଡରମ୍ୟାନ: ଫାର ଫ୍ରମ ହୋମ ।

32

ହଲିଉଡ ଫିଲ୍ମ ବିଦେଶ ବ୍ୟତୀତ ଭାରତରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛି । ସ୍ପାଇଡରମ୍ୟାନ ମଧ୍ୟ ବର୍ଷ ବର୍ଷ ଧରି ଲୋକଙ୍କ ମନୋରଂଜନ କରିଆସୁଛି । ସ୍ପାଇଡରମ୍ୟାନର ଆଗାମୀ ସିରିଜ ସ୍ପାଇଡରମ୍ୟାନ: ଫାର ଫ୍ରମ ହୋମ’ ଭାରତରେ ୪ ଜୁଲାଇକୁ ରିଲିଜ ହେବାକୁ ଯାଉଛି । କିନ୍ତୁ ପ୍ରଥମେ ଫିଲ୍ମ ୫ ଜୁଲାଇକୁ ରିଲିଜ ହେବା ପାଇଁ ଧାର୍ଯ୍ୟ ହୋଇଥିଲା ।

‘ସୋନି ପିକଚର୍ସ ଏଂଟରଟେନମେଂଟ ଇଣ୍ଡିଆ’ର ପ୍ରବନ୍ଧ ନିର୍ଦ୍ଦେଶକ ବିବେକ କୃଷ୍ଣାଣିଙ୍କ କହିବା ଅନୁସାରେ ସ୍ପାଇଡରମ୍ୟାନ ଭାରତରେ ଅଧିକ ପସନ୍ଦ କରାଯାଇଥିବା ଫିଲ୍ମ । ଏହାର ଆଗାମୀ ସିରିଜ ପ୍ରତି ଲୋକଙ୍କ ଉତ୍ସାହ ଦେଖିବା ପରେ ରିଲିଜ ଡେଟକୁ ପରିବର୍ତ୍ତନ କରିଦିଆଯାଇଛି । ଫିଲ୍ମ ହିନ୍ଦୀ, ଇଂରାଜୀ, ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More