ଫିଲ୍ମ ଆଶିକୀ ଟୁ ପରେ ନିଜକୁ ହୋଇଥିବା ଗମ୍ଭୀର ରୋଗ ବିଷୟରେ ଜାଣିଲେ ଶ୍ରଦ୍ଧା
ବଲିଉଡର ଜଣେ ଚୁଲବୁଲି ନାୟିକା ହେଉଛନ୍ତି ଶ୍ରଦ୍ଧା କପୂର । ନିଜର ସୁନ୍ଦର ଅଭିନୟରେ ସେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । କିନ୍ତୁ ଶ୍ରଦ୍ଧାଙ୍କୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।କିଛି ବର୍ଷ ତଳେ ତାଙ୍କୁ ନିଜର ଏହି ରୋଗ ବିଷୟରେ ଜଣା ପଡ଼ିଥିଲେ ମଧ୍ୟ ଏବେ ବି ସେ ରୋଗ ମୁକ୍ତ ହୋଇ ନଥିବା ଜଣାପଡ଼ିଛି । ନିଜର ଏହି ଗମ୍ଭୀର ସମସ୍ୟା ବିଷୟରେ ଶ୍ରଦ୍ଧା ଏକ ସାକ୍ଷାତକାରରେ ଜଣାଇଛନ୍ତି ।
ଶ୍ରଦ୍ଧାଙ୍କ ଅନୁଯାୟୀ, ଆରମ୍ଭରୁ ମୋତେ ମୋର ରୋଗ ବିଷୟରେ ଜଣାନଥିଲା । ଫିଲ୍ମ ଆଶିକୀ-୨ ପରେ ମୋ ଶରୀରରେ ଯନ୍ତ୍ରଣା ହେବା ସହ ଅନେକ ପରିବର୍ତ୍ତନ ଆସିବାରୁ ମୁଁ ଡାକ୍ତରଙ୍କୁ ଦେଖାଇଥିଲି । କିନ୍ତୁ ରିପୋର୍ଟରେ କିଛି ବି ସାମ୍ନାକୁ ଆସିନଥିଲା । ପ୍ରତିଦିନର ଘଟଣାକୁ ନେଇ ମୋ ମନରେ ଡ଼ର ଆସିବା ସହ ହୃଦ୍ସ୍ପନ୍ଦନ ବଢ଼ିବାରେ ଲାଗିଥିଲା । ଅନେକ ପରୀକ୍ଷା ପରେ ମୁଁ ଆଙ୍କ୍ଜାଇଟ୍(କୌଣସି କଥାକୁ ନେଇ ଅଧିକ ଉତ୍କଣ୍ଠିତ ହେବା)ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଲି । ଏବେ ବି ମୋର ସେହି ସମସ୍ୟା ରହିଛି । କିନ୍ତୁ ପୂର୍ବ ଅପେକ୍ଷା ଟିକେ ଭଲ ହୋଇଛି ।