Only for Entertainment

ଏବେ ଦେଖାଯିବ ସୁନିଲ ଗ୍ରୋଭରଙ୍କ ନୂଆ ଅବତାର । ଏହି ଫିଲ୍ମରେ ହେବେ ସଲମାନଙ୍କ ସାଙ୍ଗ ।

zeenews
0 54

କମେଡିଆନ ସୁନିଲ ଗ୍ରୋଭରଙ୍କ ଭାଗ୍ୟର ତାଲା ଖୋଲିଯାଇଛି । ନିଜ ସାଙ୍ଗ କପିଲଙ୍କ ଠାରୁ ଅଲଗା ହେବା ପରେ ସେ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ଗୋଟିଏ ପାଶ୍ୱର୍ରେ ଲୋକମାନେ କପିଲଙ୍କ ଶୋ’କୁ ପସନ୍ଦ କରୁନାହାଁନ୍ତି ଏବଂ ଅନ୍ୟ ପାଶ୍ୱର୍ରେ ସୁନିଲଙ୍କୁ ଭଲ ରେସପନ୍ସ ମିଳୁଛି । ଏବେ ଛୋଟ ପରଦା ପରେ ସୁନିଲଙ୍କ ପାଇଁ ବଲିଉଡର ଦ୍ୱାର ଖୋଲିଯାଇଛି ।

ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ ସୁନିଲଙ୍କ ହାତରେ ଏକ ବଡ଼ ବଲିଉଡ ଫିଲ୍ମ ଲାଗିଛି । ଯାହାର ନାମ ହେଉଛି ଭାରତ । ଏହା ସୁନିଲଙ୍କ ପାଇଁ ଏକ ବଡ଼ ଉପଲବ୍ଧି । ଏହି ଫିଲ୍ମରେ ସୁନିଲ ସଲମାନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ନଜର ଆସିବେ । କେବଳ ସ୍ତିକି ନୁହେଁ ବରଂ ଏହି ଫିଲ୍ମରେ ସୁନିଲଙ୍କର ଏକ ନୂଆ ଅବତାର ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି । ଫିଲ୍ମରେ ସେ କମେଡିଆନ ନୁହେଁ ବରଂ ସଲମାନଙ୍କ ସାଙ୍ଗ ଭାବରେ ନଜର ଆସିବେ ।

ଏହା ବ୍ୟତୀତ ସୁନିଲ ବିଶାଲ ଭରଦ୍ୱାଜଙ୍କ ଅପକମିଂ ଫିଲ୍ମ ‘ଛୁରିୟାଁ’ରେ ଲିଡ ଚରିତ୍ରରେ ନଜର ଆସିବେ । ବିଶାଲଙ୍କ କହିବା ଅନୁସାରେ ସେ ସୁନିଲଙ୍କ ସହିତ କାମ କରିବାକୁ ନେଇ ଖୁବ ଖୁସି ଅଛନ୍ତି । ଏହା ରାଜସ୍ଥାନକୁ କେନ୍ଦ୍ର କରି ନିର୍ମାଣ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More