Only for Entertainment

ସ୍ୱାମୀ ଡାନିଏଲଙ୍କ ବର୍ଥଡେ’ରେ ସନି ରଖିଲେ ସରପ୍ରାଇଜ ପାର୍ଟି, ଗ୍ଲାମରସ ଲୁକରେ ଆସିଲେ ନଜର !

20

ବଲିଉଡ ଅଭିନେତ୍ରୀ ସନି ଲିଓନିଙ୍କ ସ୍ୱାମୀ ଗତକାଲି ନିଜର ୪୦ତମ ଜନ୍ମ ଦିବସ ପାଳନ କରିଥିଲେ । ସନି ତାଙ୍କ ପତିଙ୍କ ପାଇଁ କାଲି ସରପ୍ରାଇଜ ପାର୍ଟି ରଖିଥିଲେ ।

ଏହି ପାର୍ଟିରେ ସନି ଏକ ବ୍ଲାକ ଡ୍ରେସ ପିନ୍ଧିଥିଲେ , ଯେଉଁଥିରେ ସେ ଖୁବ ଗ୍ଲାମରସ ନଜର ଆସିଥିଲେ ।

ସେହିଭଳି ଡାନିଏଲ ଧଳା ଟିସାର୍ଟରେ କୁଲ ଅନ୍ଦାଜରେ ନଜର ଆସିଥିଲେ ।

ଏହି କପଲ ମିଡିଆକୁ ଦେଖି ଷ୍ଟାଇଲ ଅନ୍ଦାଜରେ ଫଟୋ ମଧ୍ୟ ଉଠାଇ ଥିଲେ ।

ଏହି ଫଟୋରେ ନିଜର ୩ଟି ଛୁଆଙ୍କ ବିନା କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଛନ୍ତି । ଦୁହେଁ ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ସନିଙ୍କ ସ୍ୱାମୀଙ୍କ ସହ ଏହି ସମସ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫିଲ୍ମ ବିଷୟରେ ଯଦି ଆମେ କହିବୁ , ତେବେ ବାୟୋପିକ ୱେବ ସିରିଜ କରନଜିତ କୌର :ଦ ଅନଟୋଲ୍ଡ ଷ୍ଟୋରୀ ଅଫ କୁ ନେଇ ଚର୍ଚ୍ଚାରେ ରହିଥିଲେ ସନି । ଏହାର ୨ୟ ସିଜନ ୧୮ସେପ୍ଟେମ୍ବରରେ ଆରମ୍ଭ ହେବ । ପ୍ରଥମ ସିଜନରେ ମଧ୍ୟ ଲୋକଙ୍କ ଅନେକ ଭଲ ପାଇବା ମିଳିଛି ସନିଙ୍କୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More