ତୈମୁରଙ୍କ ଭଳି ଦେଖାଯାଉଛନ୍ତି ଏହି ଅଭିନେତ୍ରୀଙ୍କ ପୁଅ, ଦ୍ୱନ୍ଦରେ ପଡିଲେ ଫ୍ୟାନ୍ସ !
କରୀନା କପୂରଙ୍କ ପୁଅ ତୈମୁର ସବୁଠାରୁ ଚର୍ଚ୍ଚିତ ଏବଂ ପ୍ରିୟ ଷ୍ଟାର କିଡ ଅଟନ୍ତି । ତୈମୁରଙ୍କ କ୍ୟୁଟନେସରେ ସବୁ ଫିଦା । ସେହିଭଳି ବଲିଉଡରେ ଅନେକ ଷ୍ଟାର କିଡ ଅଛନ୍ତି ଯେଉଁମାନେ ନିଜ ପରିବାର ସହ ସ୍ପଟ ହୋଇଥାଆନ୍ତି । କିନ୍ତୁ ସବୁଠାରୁ ଅଧିକ ଲାଇମଲାଇଟ ତୈମୁରକୁ ହିଁ ମିଳିଥାଏ । ମାତ୍ର ଏବେ ଏଭଳି ଲାଗୁଛି ଯେ ତୈମୁରଙ୍କୁ ଟକ୍କର ଦେବାକୁ ନୂଆ ଷ୍ଟାର କିଡ ସାମ୍ନାକୁ ଆସିଛନ୍ତି । ଏହି କୁନି ଶିଶୁର ମୁହଁ ସମ୍ପୂର୍ଣ୍ଣ ଭାବେ ତୈମୁର ଭଳି ନଜର ଆସିଛି ।
ଆମେ ଏଠାରେ ଅଭିନେତ୍ରୀ ସନି ଲିଓନିଙ୍କ ପୁଅ ବିଷୟରେ କହୁଛୁ । ନିକଟରେ ସନି ଲିଓନିଙ୍କ ପୁଅର କିଛି ଫଟୋ ସାମ୍ନାକୁ ଆସିଛି । ସେ ବିଲକୁଲ ଦେଖିବାକୁ ତୈମୁର ଭଳି । ଫ୍ୟାନ୍ସ ମଧ୍ୟ ଦ୍ୱନ୍ଦରେ ପଡିଯାଇଛନ୍ତି ଯେ ସନି ଲିଓନିଙ୍କ କୋଳରେ ତୈମୁର କଣ କରୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସନିଙ୍କ ଜାଆଁଳା ପୁଅ ଅଶର ଏବଂ ନୋହା । କିନ୍ତୁ ଏହା ସ୍ପଷ୍ଟ ଜଣା ପଡିନାହିଁ ଯେ ସନିଙ୍କ କୋଳରେ ଅଶର କି ନୋହା । ଆପଣ ମଧ୍ୟ ଦେଖନ୍ତୁ ଏହି କ୍ୟୁଟ ଫଟୋ ।
ସନି ଅନେକ ସମୟରେ ନିଜ ଫ୍ୟାମିଲିଙ୍କ ସମୟ ବିତାଉଥିବାର ଦେଖିବାକୁ ମିଳନ୍ତି ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଅଧିକ ସମୟ ବିତାନ୍ତି ସନି ।