Only for Entertainment

ଦୀପିକାଙ୍କ ପରି ଅଡୁଆରେ ସନ୍ନି ଲିଓନିଙ୍କ ଫିଲ୍ମ, ‘ବୀରମାଦେବୀ’କୁ ବିରୋଧ କରି ବ୍ଲେଡ଼୍‍ରେ ନିଜ ହାତ କାଟିଦେଲେ କିଛି ଯୁବକ

Universal Media Pro
26

ସନ୍ନି ଲିଓନିଙ୍କ ଫିଲ୍ମ ‘ବୀରମାଦେବୀ’ର ସୁଟିଂ ଏବେ ଚାଲୁ ରହିଥିବା ବେଳେ ଏହାର ପୋଷ୍ଟରରୁ ବକ୍ସ ଅଫିସରେ ଏହା ଧମାଲ ମଚାଇବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । କିନ୍ତୁ ଫିଲ୍ମ ପଦ୍ମାବତ ଭଳି ଏହି ଫିଲ୍ମର ସୁଟିଂକୁ ରୋକିବା ପାଇଁ କିଛି ସଂଗଠନ ଏବେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିବା ଜଣାପଡ଼ିଛି । ଫିଲ୍ମରେ ସନ୍ନି ଲିଓନିଙ୍କୁ ନିଆଯାଇ ଇତିହାସକୁ ଅପମାନ କରାଯାଉଛି ବୋଲି କହି କନ୍ନଡ଼ ରକ୍ଷଣ ବେଦିକା ଯୁବାସେନା ବିରୋଧ ପ୍ରଦର୍ଶନ କରିବାର ଧମକ ଦେଇଛି । ଅନ୍ୟ ପକ୍ଷରେ କିଛି ଯୁବକ ଏହାକୁ ବିରୋଧ କରି ବ୍ଲେଡ୍‍ରେ ନିଜ ନିଜର ହାତ କାଟି ଦେଇଥିବା ସୂଚନା ମିଳିଛି ।

ସଂଗଠନର ପ୍ରମୁଖ ଆର୍‌.ହରିଶଙ୍କ କହିବା ଅନୁଯାୟୀ, ସେ ହିନ୍ଦୁମାନଙ୍କ ହିତର ସୁରକ୍ଷା କରିଥିଲେ। କର୍ଣ୍ଣଟକରେ ବୀରମାଦେବୀ ଅନେକ ମନ୍ଦିର ନିର୍ମାଣ କରିଥିଲେ । ତାଙ୍କ ଚରିତ୍ରରେ ସନ୍ନି ଲିଓନିଙ୍କ ଭଳି ଅଭିନେତ୍ରୀଙ୍କୁ ନେବା ଆଦୌ ଉଚିତ୍‌ ନୁହେଁ । ସନ୍ନିଙ୍କୁ ପର୍ଣ୍ଣ ଫିଲ୍ମ ଷ୍ଟାର ଭାବରେ ସମସ୍ତେ ଜାଣନ୍ତି । ଯେଉଁ ଚରିତ୍ର ସାରା ଦେଶରେ ପ୍ରସିଦ୍ଧ । ତାଙ୍କୁ ସେଭଳି ଚରିତ୍ରରେ ନେବା ସଂପୂର୍ଣ୍ଣ ଭୁଲ ବୋଲି ହରିଶ ନିଜର ମତ ରଖିଛନ୍ତି । ଏହା ପୂର୍ବରୁ ଫିଲ୍ମ ପଦ୍ମାବତକୁ ନେଇ ମଧ୍ୟ ଅନେକ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯାହା ପାଇଁ ଫିଲ୍ମର ନାଁ ‘ପଦ୍ମାବତୀ’ରୁ ‘ପଦ୍ମାବତ’ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More