ପରଦାରେ କମାଲ୍ କରୁଛି ଅଭିନେତା ହ୍ରିତିକ୍ ରୋଶନଙ୍କ ଫିଲ୍ମ ‘ସୁପର୍ ଥାର୍ଟି’ । ସିନେମାଟି ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀକୁ ନେଇ ଗତିଶୀଳ ହୋଇଛି । ଆଉ ଦର୍ଶକ ମଧ୍ୟ ଏହି ସିନେମାକୁ କରିଛନ୍ତି ଢେର୍ ପସନ୍ଦ । ସିନେମାଟି ବକ୍ସଅଫିସରେ ୧୪୦ କୋଟିର ରୋଜଗାର୍ କରିବାରେ ସଫଳ ହୋଇଛି । ଆଉ ଏବେ ବି ଜାରି ରହିଛି ସିନେମାର ବ୍ୟବସାୟ । ଏହି ଭିତରେ ମେକର୍ ଫିଲ୍ମର ଆଉ ଏକ ମେକିଂ ଭିଡିଓ ରିଲିଜ୍ କରିଛନ୍ତି । ଯେଉଁଥିରେ ହ୍ରିତିକ୍ ରୋଶନଙ୍କ ବେଶ ଫନି ଅନ୍ଦାଜ୍ ଦେଖିବାକୁ ମିଳିଛି ।
ଦେଖନ୍ତୁ ଭିଡିଓ-
କହିରଖୁଛୁ ଯେ, ଫିଲ୍ମ ସୁପର ୩୦ ବିହାରର ଗଚ୍ଚିତଜ୍ଞ ଲଆନନ୍ଦ କୁମାରଙ୍କ ଉପରେ ଆଧାରିତ । ଫିଲ୍ମରେ ହ୍ରିତିକଙ୍କ ଅପୋଜିଟରେ ମୃଣାଳ ଠାକୁର ନଜର ଆସିଛନ୍ତି । ଏହା ମୃଣାଳଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ।