Only for Entertainment

୨୪ ବର୍ଷ ପୂର୍ବେ ଏହି ପ୍ରଶ୍ନର ଉତ୍ତର ଦେଇ ମିସ ୟୁନିଭର୍ସର କ୍ରାଉନ ଜିତିଥିଲେ ସୁଷ୍ମିତା ସେନ୍ ।

aajtak
51

୧୯୯୪ରେ ସୁଷ୍ମିତା ସେନ ମିସ ୟୁନିଭର୍ସର କ୍ରାଉନ ଜିତିଥବା ପ୍ରଥମ ଭାରତୀୟ ମହିଳା । ୨୧ ମଇକୁ ସୁଷ୍ମିତା ସେନ୍ ଏହି କ୍ରାଉନ ତାଙ୍କ ନାମରେ କରିଥିଲେ । ଏହାକୁ ୨୫ ବର୍ଷ ପୂରଣ ହେବା ଉପଲକ୍ଷେ ଅଭିନେତ୍ରୀ ଖାସ ମୁହୂର୍ତ୍ତରେ ପୁରୁଣା ଫଟୋକୁ ଶେୟାର କରିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ଖୁବ ଶୁଭକାମନା ମିଳୁଛି । ଅନ୍ୟ ମାନଙ୍କ ଭଳି ବଏଫ୍ରେଣ୍ଡ ରୋହମନ ଶଲ ମଧ୍ୟ ପ୍ରେମଭରା ଶୁଭକାମନା ଜଣାଇଛନ୍ତି ।

 

 

View this post on Instagram

 

(part 3) Sushmita Sen Facing Final Question & Answer Round at Miss Universe 1994 . . @missuniverse @missuniverse.india @missuniversequeens @missworld @missworld_time @missindiaorg . . . . ?❄️❄️?❄️❄️?❄️❄️?❄️❄️?❄️❄️?❄️❄️? #missuniverse #missunivers1994 #sushmitasen #missuniverse2017 #manushichhillar #missworld #missworld2017 #missindia #beautywithapurpose #manushi #india #mumbai #delhi #dance #talent #mw2017 #mw #dancing #deepikapadukone #aishwaryarai #priyankachopra #bestoftheday #picoftheday #instagood #fashiondiaries #fashionstyle #model #fashion #photooftheday #outfit ?❄️❄️?❄️❄️?❄️❄️?❄️❄️?❄️❄️?❄️❄️?

A post shared by bollywood mirror ?? (@bollywood.mirror) on

ଯଦିଓ ଏହି ମଧ୍ୟରେ ୨୫ ବର୍ଷ ବିତିଯାଇଛି ତଥାପି ଆଜି ମଧ୍ୟ ସେହି ପ୍ରଶ୍ନର ଆଲୋଚନା ହେଉଛି ଯେଉଁ ପ୍ରଶ୍ନର ଉତ୍ତର ଦେଇ ସୁଷ୍ମିତା ମିସ ୟୁନିଭର୍ସ କ୍ରାଉନ ଜିତିଥିଲେ । ସବୁଠାରୁ ଚମତ୍କାର କଥା ହେଉଛି ମିସ ଇଣ୍ଡିଆ ପ୍ରତିଯୋଗୀତାରେ ସୁଷ୍ମିତାଙ୍କ ମୁକାବିଲା ଐଶ୍ୱର୍ଯ୍ୟାଙ୍କ ସହିତ ଥିଲା । ଦୁଇଜଣଙ୍କୁ ଏହି ପ୍ରଶ୍ନ କରାଯାଇଥିଲାଯେ ଯଦି କୌଣସି ଐତିହାସିକ ଘଟଣାକୁ ବଦଳାଇ ଦିଆଯାଇ ପାରିବ ତେବେ ତାହା କ’ଣ ହୋଇପାରେ? ଯେଉଁଥିରେ ଐଶ କହିଥିଲେଯେ ‘ନିଜର ଜନ୍ମ ସମୟ’, କିନ୍ତୁ ସୁଷ୍ମିତାଙ୍କ ଉତ୍ତର ଥିଲା ‘ ଇନ୍ଦୀରା ଗାନ୍ଧୀଙ୍କ ମୃତ୍ୟୁ’ ।

 

ସୁଷ୍ମିତାଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ଆପଣଙ୍କୁ ସମୟ ମିଳେ ତେବେ ଆପଣ କ’ଣ ଆଡଭେଂଚର କରିବେ? ସେ କହିଥିଲେଯେ ମୋ ମତରେ ଆଡ଼ଭେଂଚରର ଅର୍ଥ ହେଉଛି ଯାହା ଆପଣ ନିଜ ମଧ୍ୟରେ ଅନୁଭବ କରୁଛନ୍ତି । ମୋତେ ପିଲା ମାନଙ୍କ ସହିତ ରହିବାକୁ ଭଲ ଲାଗେ, ଯଦି ସମୟ ମିଳେ ସମୟ ବିତାଇବି । ଏହି ଦୁଇ ପ୍ରଶ୍ନର ଉତ୍ତର ଦେଇ ସୁଷ୍ମିତା ମିସ ଇଣ୍ଡିଆ କ୍ରାଉନ ଜିତିଥଲେ ଏବଂ ମିସ ୟୁନିଭର୍ସ ପ୍ରତିଯୋଗୀତାରେ ପ୍ରବେଶ କରିଥିଲେ । ୧୯୯୪ରେ ସୁଷ୍ମିତା ମିସ ୟୁନିଭର୍ସ ଏବଂ ଐଶ ମିସ ୱାର୍ଲଡ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More