Only for Entertainment

ସାଙ୍ଗ ସାଥି ମାନଙ୍କ ସହିତ ପାରମ୍ପରିକ ପୋଷାକ ପିନ୍ଧି ଦାଣ୍ଡିଆ ଖେଳରେ ସାମିଲ ହେଲେ ତୈମୁର , ଭାଇରାଲ ହେଉଛି ଫଟୋ ।

NDTV Khabar
32

ଅଭିନେତା ସୈଫ ଅଲୀ ଖାନ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲୀ ଖାନ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ଷ୍ଟାର କିଡ । ତୈମୁର ଯେଉଁଠିକୁ ଯାଆନ୍ତୁ ନା କହିଁକି ମିଡିଆ ତାଙ୍କ ପିଛା କରି ସେଠାକୁ ପହଁଚି ଯାଇଥାନ୍ତି । ନବରାତ୍ରୀରେ ଛୋଟେ ନବାବ ତୈମୁର ନିଜର ସ୍କୁଲ ସାଙ୍ଗସାଥୀ ଓ ଭଉଣୀ ଇନାୟା ନୋମିଙ୍କ ସହିତ ଦାଣ୍ଡିଆ ନୃତ୍ୟରେ ପାରମ୍ପରିକ ପୋଷାକ ପରିଧାନରେ କରି ମଜା ନେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ପିଲାଙ୍କ ଦାଣ୍ଡିଆ ନୃତ୍ୟ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି।

 

 

View this post on Instagram

 

Pukulu with Laksshya and Inaaya ???

A post shared by Taimur Ali Khan Pataudi ?? (@taimuralikhanx) on

ନବରାତ୍ରୀ ପାଇଁ ସବୁଆଡେ ଦାଣ୍ଡିଆ ନୃତ୍ୟର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରଖାଯାଇଥିଲା। ତେବେ ଏହି କ୍ରମରେ ତୈମୁର ପ୍ଲେ ସ୍କୁଲରେ ଦାଣ୍ଡିଆ ନୃତ୍ୟର ବି ଆୟୋଜନ ହୋଇଥିଲା। ସେଠାରେ ତୈମୁର ଓ ତୈମୁରର ସମ୍ପର୍କୀୟା ଭଉଣୀ ଇନାୟା ନୋମି ଓ ଅଭିନେତା ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ ବି ଦାଣ୍ଡିଆ ଖେଳୁଥିବା ନଜର ଆସିଛନ୍ତି। ତୈମୁର ବାଇଗଣୀ ରଙ୍ଗର କୁର୍ତ୍ତା ସହିତ ଧଳା ରଙ୍ଗର ପାଇଜାମା ପରିଧାନ କରି ଦାଣ୍ଡିଆ ନୃତ୍ୟରେ ସାମିଲ ହୋଇଥିଲା। ପିଲା ଦାଣ୍ଡିଆ ଖେଳୁଥିବାର ଏହି ଫଟୋ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି।

 

 

View this post on Instagram

 

Adorable kiddos ??? Tim Tim looks so cute in that kurta pyajama ?

A post shared by Taimur Ali Khan Pataudi ?? (@taimuralikhanx) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More