ସଲମାନ ଖାନ ଆସନ୍ତା ବର୍ଷ ଇଦ୍ରେ ଫିଲ୍ମ ‘ରାଧେ’ଙ୍କ ସହ ବକ୍ସଅଫିସ ମଚାଇବେ ଧମାଲ । ସଲମାନଙ୍କ ସହ ଟକ୍କର ଦେବା ପାଇଁ ରଣଦୀପ ପୂରା ଜବରଦସ୍ତ ପରିଶ୍ରମ କରିବାରେ ଲାଗିପଡିଛନ୍ତି । ତାହାର ଉଦାହରଣ ନିକଟରେ ସେ ସେୟାର କରିଥିବା ପୋଷ୍ଟରୁ ଦେଖିବାକୁ ମିଳିଛି ।
ଏହି ଭିଡିଓରେ ରଣଦୀପ ଜିମରେ ନଜର ଆସିଛନ୍ତି ଏବଂ ଏତେ କଠିନ ଏଳ୍ସରସାଇଜ କରୁଛନ୍ତି ଯେ ତାଙ୍କ ପାଟିରୁ ଚିତ୍କାର ବାହାରୁଛି । ରଣଦୀପ ଭିଡିଓ ସହ କ୍ୟାପଶନ ଲେଖିଛନ୍ତି ଯେ ୨୯୦କିଲୋ ଓଜନ ସହ ଗୋଡ ପ୍ରେସ କରୁଛନ୍ତି । ତେବେ ସତରେ ଏତେ ଭାରୀ ୱାର୍କଆଉଟ କରିବା ସତରେ ଖୁବ କଷ୍ଟ ।
ଅଭିନେତା ଜଣକ ଲେଖିଛନ୍ତି ରାଧେ ୬୪୦ପାଉଣ୍ଡ ଲେଗ ପ୍ରେସ… ମୋଷ୍ଟ ୱାଂଟେଡ ଭାଇ ସେ ମୁକାବିଲା କରନେ କେ ଲିଏ ଟ୍ରେନିଂ ଚଲ ରହି ହେ । ସଲମାନ ଖାନ ଆପ କିତନା ପ୍ରେସ କର ରହେ ହୋ ଭାଇ । ସେ ତାଙ୍କର ବେଷ୍ଟ ଦେଇଥିବା କହିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ରାଧେରେ ସଲମାନ ନିଜ ସୁଟିଂ ଆରମ୍ଭ କରି ଦେଇଛନ୍ତି । ସୁଟିଂର ପ୍ରଥମ ଦିନ ସେଟରେ ତାଙ୍କର ଦବଙ୍ଗ ଏଂଟ୍ରିର ଏକ ଭିଡିଓ ଶେୟାର ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।