Only for Entertainment

‘ଲାଲା ସିଂ ଚଡ୍‌‌ଢା’ରୁ ସାମ୍ନାକୁ ଆସିଲା ଆମୀର-କରୀନାଙ୍କ ଲୁକ, ଭାଇରାଲ ହେଲା ଫଟୋ

29

ଲମ୍ବା ସମୟରୁ ବଲିଉଡ ପରଫେକ୍ସନିଷ୍ଟ ଆମୀର ଖାନ ନିଜର ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍‌‌ଢା’ କୁ ନେଇ ଚର୍ଚ୍ଚାରେ । ଏବେ ଅଭିନେତା ଆମୀର ଖାନ ଏହି ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅଭିନେତା ଆମୀର ଖାନଙ୍କ ସହିତ ଅଭିନେତ୍ରୀ କରୀନା କପୁର ଖାନ ଲିଡ ରୋଲରେ ନଜର ଆସିବେ । ଏହି ଯୋଡି ପ୍ରଥମେ ‘ଥ୍ରି ଇଡିଅଟ’ ଏବଂ ‘ତଲାଶ’ରେ ନଜର ଆସିଛନ୍ତି । ଏହି ଫିଲ୍ମ ଗୁଡିକ ବକ୍ସ ଅଫିସରେ ଭଲ ବିଜନେସ ମଧ୍ୟ କରିଥିଲା । ତେବେ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍‌‌ଢା’ରେ ମଧ୍ୟ ଏହି ଯୋଡିକୁ ଲୋକେ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

 

ନିକଟରେ ଫିଲ୍ମର ସୁଟିଂ ସେଟର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ କରୀନା ଆମୀର ଖାନ ଲାଲ ସିଂ ଚଡ୍‌‌ଢା ଲୁକରେ ନଜର ଆସିଛନ୍ତି । ଆମୀର ଖୁବ ମଜାଦାର ଲୁକରେ ନଜର ଆସିଥିବା ବେଳେ କରୀନା ଲାଲ ସାଲୱାର ସୁଟରେ ନଜର ଆସିଛନ୍ତି ।

ଆମୀର ଖାନଙ୍କ ଏହି ଆଗାମୀ ଫିଲ୍ମ ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପର ହିନ୍ଦୀ ରିମେକ । ଏହି ଫିଲ୍ମ ଓସ୍କାର ଜିତିଥିବା ଖୁବ ଚର୍ଚ୍ଚିତ ଫିଲ୍ମ । ଫିଲ୍ମ ଆଗାମୀ ବର୍ଷ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More