Only for Entertainment

ଏତେ କମ ସମୟରେ ଜନତାଙ୍କ କମ ଭୋଟ ପାଇଁ ନୁହେଁ ବରଂ ଏହି କାରଣରୁ ଘରୁ ବାହାରିଗଲେ ସବୁଠାରୁ ଦାମୀ କଳାକାର ତହସିନ ପୁନାୱାଲା

24

ବିଗବସ ସିଜନ ୧୩ର ୧୩ ସପ୍ତାହରେ ତିନି ଜଣଙ୍କର ୱାଇଲଡ କାର୍ଡ଼ ଏଂଟ୍ରି ହୋଇଥିଲା । ହିନ୍ଦୁସ୍ତାନୀ ଭାଉ, ତହସିନ ପୁନାୱାଲା ଓ ଖେସରୀଲାଲ । ଏହି ଶନିବାରକୁ ତହସିନ ଘରୁ ବାହାର ହୋଇ ଯାଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ହାଇ ପେଡରେ ଯାଇଥିବା ତହସିନ ଗୋଟିଏ ସପ୍ତାହରେ ଘରୁ ବାହାରିଯିବା କଥାକୁ କେହି ହଜମ କରିପାରୁ ନାହାଁନ୍ତି । ବାସ୍ତବରେ ତହସିନ ଘରୁ ବାରିବାର କାରଣ ଜନତାଙ୍କ କମ ଭୋଟ ମିଳିବା ନୁହେଁ, ବରଂ କାରଣ କିଛି ଭିନ୍ନ ।

ଆଜ୍ଞା ହଁ ଏହି କଥାକୁ ଗୋଟିଏ ସପ୍ତାହ ପୂର୍ବରୁ ତହସିନଙ୍କ ପତ୍ନୀ ମୋନିକା ଇଂଷ୍ଟାଗ୍ରାମରେ ଶେୟାର କରିଥିଲେ । ସ୍ପଟବଏର ରିପୋର୍ଟ ଅନୁସାରେ ଶୋ’ର ନିର୍ମାତାଙ୍କୁ ତହସିନଙ୍କ ଫୋନ କଲ ଆସିଥିଲା । ସେ ନିର୍ମାତାଙ୍କୁ ରାଜନୈତିକ ପରିସ୍ଥିତି ଏବଂ ଆଇନ କାନୁନ ଘଟଣା ଚାଲୁଥିବା ଯୋଗୁଁ ବାହାରକୁ ଆସିବାକୁ ପଡ଼ିବ ବୋଲି କହିଥିଲେ । ଯାହାପରେ ତହସିନଙ୍କୁ ଶୋ’ରୁ ବାହାର କରିଦିଆ ଯାଇଛି । ତହସିନ ଜଣେ ପଲିଟିକାଲ ସ୍ପିକର ଏବଂ କଲମିଷ୍ଟ । ଶୋ’ରୁ ବାହାରକୁ ଆସିବା ପରେ ସେ ସୁପ୍ରିମକୋର୍ଟଙ୍କ ନ୍ୟାୟ ଉପରେ ଲେଖିଛନ୍ତି ।

ସୂଚନା ଅନୁସାରେ ତହସିନ ଗୋଟିଏ ସପ୍ତାହ ଅନୁସାରେ ୨୧ ଲକ୍ଷ ଟଙ୍କାରେ ଯାଇଥିଲେ । ଅର୍ଥାତ ୧ ମାସ ପାଇଁ ୮୪ ଲକ୍ଷ ଟଙ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More