ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ମୈଦାନ’ର ରିଲିଜ ତାରିଖ
ସାମ୍ନାକୁ ଆସିଛି ଅଜୟ ଦେବଗନ୍ଙ୍କ ନୂଆ ସିନେମା ‘ମୈଦାନ’ର ରିଲିଜ୍ ତାରିଖ । ଅବଦୁଲ ରହିମଙ୍କୁ ଫୁଟବଲ ଖେଳର ବାସ୍ତୁକାର ବୋଲି କୁହାଯାଏ। କୋଚ୍ ରୂପେ ତାଙ୍କର କ୍ୟାରିଅର୍ ଭାରତୀୟ ଫୁଟବଲର ସୁବର୍ଣ୍ଣ ସମୟ ବୋଲି ପରିଗଣିତ ହୁଏ। ଅବଦୁଲ ରହିମଙ୍କ ମାର୍ଗଦର୍ଶନରେ ଭାରତୀୟ ଫୁଟବଲ ଟିମ୍ ଏସିଆନ୍ ଗେମ୍ସରେ ୧୯୬୨ରେ ଦକ୍ଷିଣ ଆଫ୍ରିକା ଟିମ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ସେହି ସମୟରେ ଭାରତୀୟ ଫୁଟବଲ୍ ଟିମ୍କୁ ବିଭିନ୍ନ ପ୍ରକାରର ସଫଳତା ମିଳିଥିଲା। ସେହି ସମୟରେ ଭାରତକୁ ‘ଏସିଆନ୍ ବ୍ରାଜିଲ୍’ ଟାଇଟଲ ମଧ୍ୟ ମିଳିଥିଲା।
ଏହି ବାୟୋପିକ ସିନେମା ‘ମୈଦାନ’ର ନିର୍ଦ୍ଦେଶକ ହେଲେ ବଧାଇ ହୋ ଫେମ୍ ରବୀନ୍ଦ୍ରନାଥ ଶର୍ମା। ସେ କହିଛନ୍ତି ଯେ, ଅଜୟ ଦେବଗନ୍ ଏହି ଭୂମିକାକୁ ନ୍ୟାୟ ଦେବେ।ଏହି ସିନେମାର ସୁଟିଂ ସଂପ୍ରତି କୋଲକାତାରେ ଚାଲିଛି। ଏଥିରେ ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ କୀର୍ତ୍ତି ସୁରେଶ ଅଜୟଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି।