Only for Entertainment

କୁକୁରକୁ ଗୋଡାଇଲା ଚିତାବାଘ ଛୁଆ, ପାଖକୁ ଆସି କଲା କିଛି ଏଭଳି , ଭିଡିଓ ଭାଇରାଲ !

47

ସୋସିଆଲ ମିଡିଆରେ ଏକ ଭିଡିଓ ଦୃତମାତ୍ରାରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଛୋଟ ଛୁଆ କୁକୁର ପଛରେ ଗୋଟିଏ ଚିତାବାଘ ଛୁଆ ଦୌଡୁଥିବାର ନଜର ଆସିଛି । ପ୍ରଥମେ ନଜର ପକାଇଲେ ଲାଗିଲା ଯେ କୁକୁରକୁ ଶିକାର କରିବା ପାଇଁ ଦୌଡ ଲଗାଉଛି , କିନ୍ତୁ ଏଭଳି ବିଲକୁଲ ନୁହେଁ । ଚିତା ଏବଂ କୁକୁର ଦୁହେଁ ଖୁବ ଭଲ ବନ୍ଧୁ ଅଟନ୍ତି , ଦୁହେଁ ଏକାଠି ଖେଳୁଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କ କାହାଣୀ ଚର୍ଚ୍ଚାରେ ରହିଛି ।

 

View this post on Instagram

 

BFF sleepover with Kris & Remus! 💤 😻

A post shared by Cincinnati Zoo (@cincinnatizoo) on


ଦୁହିଁଙ୍କ ଭେଟ ଚଳିତ ସେପ୍ଟେମ୍ବରରେ ହୋଇଥିଲା, ଯାହାପରେ ଦୁହେଁ ଖାସ ବନ୍ଧୁ ପାଲଟିଥିଲେ । ଏହି ଭିଡିଓ ୟୁଏସର ସିନସିନାତି ଚିଡିଆଖାନାର ଅଟେ । ଯେଉଁଠାରେ ଦୁହେଁ ଖେଳୁଥିବାର ନଜର ଆସିଛନ୍ତି । ୩ମାସର ଚିତା ଛୁଆର ନାମ କ୍ରିସ ହୋଇଥିବା ବେଳେ କୁକୁର ନାଁ ରେମସ ଅଟେ । ଫକ୍ସ ନ୍ୟୁଜ ମୁତାବକ ଦୁହେଁ ଚିଡିଆଖାନାରେ ଏକାସହ ରୁହନ୍ତି ଏବଂ ଖୁବ ଖେଳନ୍ତି । ଦୁହିଁଙ୍କ ଖେଳ ଦେଖି ସେଠାକାର କର୍ମଚାରୀ ମଧ୍ୟ ଖୁସି ହୋଇଥାଆନ୍ତି । ତାଙ୍କର ଅନେକ ଭିଡିଓ ଏହି ଭଳି ସୋସିଆଲ ମିଡିଆରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More