Only for Entertainment

ସାମ୍ନାକୁ ଆସିଲା ଠଗ୍ସ ଅଫ ହିନ୍ଦୋସ୍ତାନର ମେକିଂ ଭିଡିଓ, ଏପରି କରାଯାଇଥିଲା ବିପଦଜ୍ଜନକ ଷ୍ଟଣ୍ଟ ।

The Indian Express
36

ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବାକୁ ଯାଉଛି ଅମିର ଖାନ ଏବଂ ବିଗ ବି ଅମିତାଭ ବଚ୍ଚନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନ । ଫିଲ୍ମର ଟ୍ରେଲର ଏବଂ ଗୀତ ରିଲିଜ ହୋଇସାରିଥିବା ବେଳେ ଏବେ ଫିଲ୍ମର ମେକିଂ ଭିଡିଓକୁ ଜାରି କରାଯାଇଛି । ଏହି ଭିଡିଓରେ ଫିଲ୍ମର ଷ୍ଟାର କାଷ୍ଟ ଆକ୍ସନ ସିନର ସିକ୍ୱେନ୍ସକ ସହିତ ଜଡିତ ନିଜର ଅନୁଭୂତିକୁ ସେୟାର କରୁଥିବାର ନଜର ଆସିଛନ୍ତି ।

ଭିଡିଓରେ ଅମିତାଭ ବଚ୍ଚନ, ଅମିର ଖାନ, ଫାତିମା ସନା ଶେଖ ଆକ୍ସନ ସିନ ବିଷୟରେ କହୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ଅମିତାଭ ଏବଂ ଅମିର ଖାନଙ୍କ ଖଣ୍ଡା ଯୁଦ୍ଧର ଦୃଶ୍ୟକୁ ମଧ୍ୟ ସ୍ଥାନ ଦିଆଯାଇଛି ।


ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, କିପରି ଆକ୍ସନ ନିର୍ଦ୍ଦେଶକ ଷ୍ଟାର ମାନଙ୍କୁ ଆକ୍ସନ ସିନ ସୁଟ କରିବା ପାଇଁ ଗାଇଡ କରୁଛନ୍ତି । କହିରଖୁଛୁ ଯେ, ଫିଲ୍ମର ସ୍କ୍ରିପ୍ଟ ଅନୁସାରେ ଫିଲ୍ମରେ ଅନେକ ଆକ୍ସନ ସିନ ରହିଛି । ଅନ୍ୟ ପକ୍ଷରେ ପ୍ରଥମ ଥର ପାଇଁ ବଲିଉଡର ମାହାନାୟକ ଅମିତାଭ ବଚ୍ଚନ ଏବଂ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କୁ ଏକା ସହିତ ସିଲଭର ପରଦାରେ ଦେଖିବାକୁ ମିଳିବ । ଫିଲ୍ମ ୮ ନିଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More