Only for Entertainment

‘ଫିଲ୍ମ ଜୋୟା ଫ୍ୟାକ୍ଟର’ରେ ବଲିଉଡରେ ଡେବ୍ୟୁ କରିବେ ବିରାଟ କୋହଲି?

aajtak
81

ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ ୨୦ ସେପ୍ଟେମ୍ବରକୁ ପରଦାରେ ରିଲିଜ ହେବା ପାଇଁ ପ୍ରସ୍ତୁତ । ଫିଲ୍ମରେ ସୋନମ କପୂର, ଦୁଲକର ସଲମାନ, ଅଙ୍ଗଦ ବେଦୀ ଓ ସଂଜୟ କପୂର ମୁଖ୍ୟ ଚରିତ୍ରରେ ନଜର ଆସିବେ । ଅଭିନେତାଙ୍କ ବ୍ୟତୀତ ଫିଲ୍ମରେ ଟିକଟକ ଷ୍ଟାର ଗୌରବ ଅରୋରା ମଧ୍ୟ ନଜର ଆସିବେ । ନିକଟରେ ଦେଖାଯାଇଛ ଫିଲ୍ମର ଏକ ପ୍ରମୋଶନାଲ ଭିଡ଼ିଓ । ଗୌରବଙ୍କ ଚେହେରା ପ୍ରାୟ ବିରାଟଙ୍କ ଭଳି ଲାଗୁଛି । ଅଧିକାଂଶ ଲୋକ ତାଙ୍କୁ ବିରାଟ କୋହଲି ଭାବି ଭୁଲ କରୁଛନ୍ତି ।

 

ଭାଇରାଲ ହେଉଥିବା ଭିଡ଼ିଓରେ ଗୌରବ ବିରାଟଙ୍କ ଭଳି ଦେଖା ଯାଉଛନ୍ତି । ତାଙ୍କ ଲୁକ ସଂପୂର୍ଣ୍ଣ ଭାବରେ ବିରାଟଙ୍କ ଭଳି ରହିଛି ଏବଂ ସେ ହାତରେ ବ୍ୟାଟ ଧରିଥିବାର ନଜର ଆସିଛନ୍ତି ।

ଫିଲ୍ମର କାହାଣୀ ଏକ ଅନ୍ଧବିଶ୍ୱାସ ଉପରେ ଆଧାରିତ । ଯାହା ପ୍ରତିଦିନ ଟିଭିରେ ଦେଖା ଯାଉଥିବା ଟେଲି ସପିଂ ବିଷୟରେ ମଧ୍ୟ ଦର୍ଶକଙ୍କୁ ଅବଗତ କରାଇବ । ତେବେ ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସିବ ତାହା ରିଲିଜ ହେବା ପରେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More