ଡାଳିମ୍ବ ଚୋପାର ଏହି ଉପକାରୀ ଗୁଣ ବିଷୟରେ ଜାଣିଲେ ଆଉ ଫିଙ୍ଗିବେ ନାହିଁ
ଅଦରକାରୀ ଭାବି ଫୋପଡି ଦେଉଥିବା ଡାଳିମ୍ବ ଚୋପା ଖୁବ୍ ଉପକାରୀ ।ଏଥିରେ ଥିବା ଭିଟାମିନ ଏ, ବି, ସି ଏବଂ ଫସଫରସ ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ ।
ପ୍ରଥମେ ଡାଳିମ୍ବ ଚୋପାକୁ ଶୁଖାଇ ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରକୁ ଏକ ଗ୍ଲାସ ପାଣିରେ ମିଶାଇ ଦିନ ଯାକରେ ଦୁଇଥର କୁଳକୁଜା କରନ୍ତୁ । ଏଭଳି କରିବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ଦୂର ହୋଇଥାଏ ।
ଏହାବ୍ୟତୀତ ଆପଣ ଏହି ପାଉଡରକୁ ଯେକୌଣସି ତେଲରେ ମିଶାଇ ତ୍ୱଚାରେ ଲଗାନ୍ତୁ । ଏହା ଖରା ପ୍ରଖରରୁ ରକ୍ଷା କରିଥାଏ ।
ଏହି ଡାଳିମ୍ବ ଚୋପା ପାଉଡରରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ । ଏହାଦ୍ୱାରା କୁଞ୍ଚନ (ରିଙ୍କଲ) ଦୂର ହୋଇଥାଏ ।