ନିକଟରେ ଆସିବାକୁ ଥିବା ‘ବ୍ଲାଂକ’ର ଟିଜର ରିଲିଜ ହୋଇଥିଲା ଏବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ଷ୍ଟୋରୀ ଲାଇନ ଖୁବ ମଜାଦାର ରହିଛି , ଏଥିରେ ଏଭଳି ଏକ ଆତଙ୍କବାଦୀକୁ ଦେଖିବାକୁ ମିଳିଛି ଯିଏ କି ମଣିଷ ସତ ମାତ୍ର ଚଲତା ଫିରତା ବମ ଅଟେ , ମାତ୍ର ଏକ ଦୁର୍ଘଟଣାରେ ସବୁ କିଛି ଭୂଲି ଯାଇଛି । ଯଦି ଏହି ମଣିଷକୁ ମରାଯାଏ ତାହା ସମସ୍ୟା ଏବଂ ଯଦି ଏହି ମଣିଷ ଦେହରୁ ବମ ବାହାର କରାଯାଏ ତେବେ ବି ବମ ବ୍ଲାଷ୍ଟ ହୋଇଯିବ । କାରଣ ବମ ସେହି ବ୍ୟକ୍ତିର ହୃଦୟ ସହ ଜଡିତ ।
ଫିଲ୍ମର ଟ୍ରେଲର ସନି ଦେଓଲଙ୍କ ଡାଏଲଗ ସହ ଆରମ୍ଭ ହେଉଛି । ସନି ଦେଓଲ ଏହି ଫିଲ୍ମରେ ପୁଣିଥରେ ପୁଲିସବାଲା ଭୂମିକାରେ ନଜର ଆସିଛନ୍ତି । ସେହିଭଳି ଏହି ଫିଲ୍ମରେ ଡିମ୍ପଲ କପାଡିଆଙ୍କ ଭଣଜା କରଣ କପାଡିଆ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଏହି ଫିଲ୍ମରେ ସୁସାଉଡ ବମ୍ବର ଭୂମିକା ତୁଲାଇଛନ୍ତି ।
ଫିଲ୍ମରେ ସନି ଦେଓଲ ଏବଂ କରଣ କପାଡିଆଙ୍କ ବ୍ୟତୀତ ଇଶିତା ଦତ୍ତା ଏବଂ କରଣବୀର ଶର୍ମା ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ବେହଜାଦା ଖମ୍ବାଟାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଆସନ୍ତା ମାସ ୩ତାରିଖରେ ରିଲିଜ ହେବ ।