Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପଣସ କଠା କୋପ୍ତା ତରକାରୀ ।

54

ଆବଶ୍ୟକ ସାମଗ୍ରୀ :
ପଣସ କଠା-୨୫୦ ଗ୍ରାମ,

ଆଳୁ-୨ଟା(ବଡ଼),

ଅଦା ବଟା-୨ ଚାମଚ(ଛୋଟ),

ରସୁଣ ବଟା-୨ଚାମଚ(ଛୋଟ),

ଧନିଆଗୁଣ୍ଡ-୧ ଚାମଚ(ଛୋଟ),

ଜିରାଗୁଣ୍ଡ-୧ଚାମଚ(ଛୋଟ),

ହଳଦୀ ଗୁଣ୍ଡ-୧ ଚାମଚ(ଛୋଟ),

ଲଙ୍କାଗୁଣ୍ଡ- ୧ଚାମଚ(ଛୋଟ),

ଗରମ ସମଲା ଗୁଣ୍ଡ-୧ ଚାମଚ(ଛୋଟ),

ତେଜ ପତ୍ର-୨ଟା, ପିଆଜ-୧ଟା(ବଡ଼),

ଟମାଟୋ-୧ଟା(ବଡ଼),

ନଡ଼ିଆ କୋରା-୧ କପ୍,

କଟା ଧନିଆପତ୍ର-ଅଳ୍ପ କିଛି,

ବେସନ-୧/୨କପ୍,

ଛାଣିବା ପାଇଁ ରିଫାଇନ ତେଲ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପଣସ କଠାକୁ କାଟି ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଆଳୁ ଓ ପଣସ କଠାକୁ ଏକାଠି ପକାଇ ୧/୨ କପ୍ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ସିଝାଇ ରଖନ୍ତୁ ।

ଆଳୁରୁ ଚୋପା ଛଡ଼ାଇ ପଣସ କଠା ସହିତ ମିଶାଇ ଚକଟି ରଖନ୍ତୁ । ପିଆଜକୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ । ଟମାଟୋକୁ ଚୁନା ଚୁନା କରି କାଟି ରଖନ୍ତୁ ।

କଡ଼ାଇରେ ଅଳ୍ପ ତେଲ ଦେଇ ଅଦା, ରସୁଣ ବଟା, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ ପାଣି ଦେଇ ମସଲାକୁ ଭଲ ଭାବରେ ଭାଜନ୍ତୁ ।

ମସଲାରୁ ପାଣି ଶୁଖିଗଲେ ଚକଟି ରଖିଥିବା ପଣସ ଓ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ପ୍ଲେଟରେ କାଢି ଥଣ୍ଡା କରନ୍ତୁ ।

ଦୁଇ ଚାମଚ କର୍ଣ୍ଣଫ୍ଲୋର ପକାଇ ଭଲଭାବରେ ଗୋଳାଇ ଚପ୍ ଆକାରରେ ଗଢି ରଖନ୍ତୁ । ବେସନରେ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଆଣ ପ୍ରସ୍ତୁତ କରନ୍ତୁ । କଡ଼ାଇରେ ତେଲ ଗରମ କରି ଚପ୍ ଗୁଡ଼ିକୁ ବେସନ ଆଣରେ ବୁଡ଼ାଇ ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ରଖନ୍ତୁ ।

ମସଲା ପ୍ରସ୍ତୁତି ପ୍ରଣାଳୀ:
ନଡ଼ିଆ କୋରାରେ ଏକ କପ୍ ପାଣି ଦେଇ ଗ୍ରାଇଣ୍ଡରରେ ବାଟି ଛାଣି ରଖନ୍ତୁ । କଡ଼ାଇରେ ତେଲ ଗରମ କରି ତେଜପତ୍ର ଓ କଟା ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜିହୋଇ ଆସିଲେ କଟା ଟମାଟୋ ପକାଇ କିଛି ସମୟ ଭାଜନ୍ତୁ ।
ପିଆଜ ଲାଲ୍ ହୋଇଗଲେ ଅଦା, ରସୁଣ ବଟା, ଧନିଆଗୁଣ୍ଡ, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ପକାଇ ଭଲଭାବରେ ଗୋଳାଇ ଅଳ୍ପ ପାଣି ଦେଇ ମସଲାରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ ।
ବାଟି ରଖିଥିବା ନଡ଼ିଆ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା ଫୁଟି ଆସିଲେ ପୂର୍ବରୁ ଛାଣି ରଖିଥିବା କୋବତା ଗୁଡ଼ିକୁ ପକାଇ ଧିରେଧିରେ ଗୋଳାନ୍ତୁ । ପାଞ୍ଚ ମିନିଟ ପରେ ଚୁଲିରୁ ଓହ୍ଲାଇ କଟା ଧନିଆ ପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ପରିବେଷଣ କରନ୍ତୁ ପଣସ କୋବ୍ତା କରି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More