ଆଗାମୀ ବଲିଉଡ୍ ମୁଭି ‘ଫେମସ’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମଟି ଏକ ସତ କାହାଣୀକୁ ନେଇ ଗତିଶୀଳ ହୋଇଛି । ଚମ୍ବଲର ଏକ ପ୍ରେମ କାହାଣୀକୁ ସ୍ଥାନ ଦିଆ ଯାଇଛି ସିନେମାରେ ।
ଫିଲ୍ମରେ ଅଭିନେତା ଜିମି ସରଗିଲ, ଜ୍ୟାକି ଶ୍ରଫ, କେ କେ ମେନନ୍, ପଙ୍କଜ ତ୍ରିପାଠୀ, ଶ୍ରିୟା ସରନ, ଏବଂ ମାହି ଗିଲ୍ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ । ବିଦିଶା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କରନ ଲଲିତ ଭୁଟାନି ।