ଭାବିଥିଲେ କିଛି ହୋଇଗଲେ କିଛି.. ମେକଅପ ବିଗାଡି ଦେଲା ଏହି ଅଭିନେତ୍ରୀଙ୍କ ଚେହେରା !
ମେକଅପ ମଣିଷକୁ କିପରି ବନାଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଆମେ ଏଠାରେ ଆପଣଙ୍କୁ ବତାଇବୁ । ମେକଅପର ଉଦାହରଣ ଆପଣ ପରଦାରେ ତ ସବୁବେଳେ ଦେଖୁଥିବେ । ମାତ୍ର ବେଳେ ବେଳେ କ୍ରିଏଟିଭିଟି ଏପରି ପରିସ୍ଥିତିରେ ପହଂଚାଇ ଦିଏ ଯେ ଆପଣ କରିବାକୁ କିଛି ଚାହୁଥାଆନ୍ତି ମାତ୍ର ପରିଣତି ସଦୃଶ ତାହାର ଭିନ୍ନ ରୂପ ହୋଇଯାଏ । ଛୋଟ ପରଦାର ଅଭିନେତ୍ରୀ ହେଲି ସାହଙ୍କ ସହ ଏହିଭଳି କିଛି ହୋଇଥିବା ଶୁଣିବାକୁ ମିଳିଛି । ତାଙ୍କର ପରିସ୍ଥିତି ଏପରି ହୋଇଛି ଯେ ଯାହାର ତୁଳନା ‘ପରୀ’ ଫିଲ୍ମ ସହ କରାଯାଇଛି । ଯଦି ଆପଣ ଭାବୁଛନ୍ତି ତାଙ୍କୁ କିଛି ଭୂତ ଭୂମିକା ମିଳିଛି ତେବେ ଆମେ ଏଠାରେ କହି ରଖୁଛୁ ଏଭଳି କିଛି ହୋଇ ନାହିଁ ।
ତାଙ୍କର ଅଭିନୟ ଥିଲା ଏକ ଗରିବ ଶ୍ରେଣୀ ଝିଅର । ମାତ୍ର ଚେହେରାରେ ଦାରିଦ୍ର୍ୟତା ଦେଖାଇବା ଚକ୍କରରେ ମେକଅପ ଏତେ ଅଧିକ ହୋଇଯାଇଥିଲା ଯେ ସେ ଗରୀବ ଦେଖାଯିବା ପରିବର୍ତ୍ତେ ଭୟଙ୍କର ଦେଖାଯାଇଥିଲେ । ଏହି କାରଣରୁ ତାଙ୍କ ତୁଳନା ପରୀ ଲୁକ ସହ କରିବା ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ।
ଅନୁଷ୍କାଙ୍କ ଫିଲ୍ମ ବକ୍ସ ଅଫିସରେ ଏଭଳି କିଛି କମାଲ ନଦେଖାଇ ପାରିଲେ ବି ତାଙ୍କ ଲୁକ ଆରମ୍ଭରୁ ପ୍ରଶଂସିତ ଥିଲା ।
ଏବେ ହେଲି ସାହଙ୍କ ଲୁକ ବିଷୟରେ କହିବାକୁ ଗଲେ ସେ କେଉଁ ସୋ ପାଇଁ ଏଭଳି ମେକଅପ ନେଇଥିଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଆଶା କରାଯାଉଛି ଯେ ଖୁବ ଶୀଘ୍ର ଏହି ଏହାର ଖୁଲାସା ହେବ ।